ବନ୍ଧୁ ସୁଖ ଦୁଃଖର
ବନ୍ଧୁ ସୁଖ ଦୁଃଖର
ଜୀବନରେ ହୁଏନି କହି ଆସେ କେତେ ସୁଖ ଦୁଃଖର ସିନ୍ଧୁ,
ହାତ ଧରି ଛାଇ ପରି ଯେ ପାରି କରେ ସେ ହିଁ ପ୍ରକୁତ ବନ୍ଧୁ।
ବନ୍ଧୁ ନୁହେଁ ସେ ସୁଖ ସମୟେ ଦିଏ ପାଖେ ଦେଖା ,
ବିପତ୍ତି ସମୟେ ଲୁଚି ଛପି ଦିଏନି କେବେ ଦେଖା ।
ଦୁରେ ଥିଲେ ପଛେ ଯେ ମନାଷେ ବନ୍ଧୁର ମଙ୍ଗଳ ,
ସେ ଭଳି ବନ୍ଧୁ ହୋଇପାରେ ଧନରେ କାଙ୍ଗାଳ।
ହେଲେ କେବେ ହୁଏନି ସେ ବନ୍ଧୁ ମନରେ କାଙ୍ଗାଳ,
ବନ୍ଧୁ ଲାଗି ପ୍ରସ୍ତୁତ ସେ ସଦା ଆସିଲେ ଯେତେ ଜଞ୍ଜାଳ ।
ନିଜେ ପଛେ ରୁହେ ଘରେ ଓଳିଏ ଭୋକ ଉପାଶେ,
କାହାପାଖେ ପତାଏନି ହାତ ନିଜ ପେଟ ସକାଶେ ।
ଯେତେ ଦୁଃଖ କଷ୍ଟେ ଥିଲେବି କରେନି କେବେ ମନ ଉଣା,
ବନ୍ଧୁ ତାପାଖେ ଥିଲେ ଲାଗେ ତାକୁ ହୋଇଛି ସେ ଜଗତ ଜିଣା ।
ସଦା ଚାଲେ ବନ୍ଧୁ କାନ୍ଧ ସାଥେ କାନ୍ଧକୁ ମିଳାଇ,
ଏପରି ବନ୍ଧୁ ବଡ଼ ଭାଗ୍ୟବଳେ କାହାକୁ ମିଳଇ ।
ପ୍ରକୁତ ବନ୍ଧୁ ହୁଏ ଯଦି ସତ୍ୟ ନ୍ୟାୟର ପୂଜାରୀ,
ହଜାରେ କୁସଙ୍ଗୀ ସାଥି ଲୋଡାପଡେନି ଜୀବନେ କାହାରି ।
ବହିପରି ଦରକାର ସାଥି,ଭଲ ଶିକ୍ଷା ଦେବାକୁ,
କୁଲା ପରି ଦରକାର ବନ୍ଧୁ,ଭଲକୁ ରଖି ଖରାପକୁ ଫିଙ୍ଗିବାକୁ।
