STORYMIRROR

Anirudha Kund

Others

3  

Anirudha Kund

Others

ବନ୍ଧନେ ବାନ୍ଧିଦେ

ବନ୍ଧନେ ବାନ୍ଧିଦେ

1 min
251


ଶ୍ରୀକ୍ଷେତ୍ର ଡାକିନେ ବନ୍ଧନେ ବାନ୍ଧିଦେ

    ଲଗାଇରେ ଡୋରି ତୋର

ଚାହିଁଲେ ତୁହିରେ ପାରିବି ରହିରେ

    ପୁରସ୍ତମେ କରି ଘର ॥୦॥


 ସିନ୍ଦୂରା ଫାଟିଲେ ସୂରୁଜ ଉଠିଲେ

  ଖୋଲିଲେ ସିଂହ ଦୁଆର

ଦେଖୁଥିବି ନିତି ତୋ ଶ୍ରୀମୁଖ କାନ୍ତି

   ଆହେ ମୋ କଳା ଠାକୁର

ଉଦଣ୍ତ କୀର୍ତ୍ତନ ନାଚ କରୁଥିବି

  ଭଜି ଭଜି ନାମ ତୋର ॥୧॥


ଆଲିଙ୍ଗନ ମୁଦ୍ରା ଦୁଇ ବାହୁ ଦେଖି

   ରତ୍ନ ସିଂହାସନେ ତୋର

ମାଗୁଥିବି ତୋତେ ବାହୁ ତଳେ ମୋତେ

    ରଖ ଆହେ ଚିତ୍ତଚୋର

କୈବଲ୍ୟ କଣିକା ଖୁଣ୍ଟି ଖାଉଥିବି

  ଯାଇ ଆନନ୍ଦ ବଜାର ॥୨॥


ଅସାର ସଂସାରେ ତୁହି ଏକା ସାର

   ନୀଳକନ୍ଦର ସୁନ୍ଦର

ମାୟାବଦ୍ଧ ମୁହିଁ ଆହେ ଭାବଗ୍ରାହୀ

   ମାଗୁଛି ଆଶିଷ ତୋର

ଗଲା ବେଳେ ଜୀବ ନେତ୍ର ଦେଖୁଥିବ

   ଆନନ୍ଦେ ହୋଇ ବିଭୋର ॥୩॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍