ବନ୍ଦେ ମୋ ଭାରତ ଭୂଇଁ।
ବନ୍ଦେ ମୋ ଭାରତ ଭୂଇଁ।
ବନ୍ଦେ ମୋ ଭାରତ ଭୂଇଁ।
ବନ୍ଦେ ମୋ ଭାରତ ଭୂଇଁ।
ହିମାଳୟ ଅଟଇ କିରୋଟି ତୋହାର
ସାଗର ଧୁଅଇ ପାଦ
ଘଞ୍ଚ ଅରଣ୍ୟର ହୃଦୟ ତୋହର
ଶୁଭେ ପକ୍ଷୀସଙ୍ଗୀତର ନାଦ।
ଜଗତେ ତାପରି ଭୂମିଟେ ନାହିଁ ରେ
ବନ୍ଦେ ମୋ ଭାରତ ଭୂଇଁ।
ବନ୍ଦେ ମୋ ଭାରତ ଭୂଇଁ।
ଇତିହାସ ତୋର ବୀରତ୍ବର ଧାର
ବଳିଦାନ ସାହସର
ବ୍ରିଟିଶ ମୁଗଲି ପୁଣି ସୁଲତାନୀ
ଲୁଟିନେଲେ ଦେହ ତୋର
ତଥାପି ସେ କେବେ ହାରି ଯେ ନାହିଁ ରେ
ବନ୍ଦେ ମୋ ଭାରତ ଭୂଇଁ।
ବନ୍ଦେ ମୋ ଭାରତ ଭୂଇଁ।
ଗଙ୍ଗା ବ୍ରହ୍ମପୁତ୍ର କେତେ ଯେ ପବିତ୍ର
ଗୋଦାବରୀ ସରସ୍ୱତୀ
ସମୁଦ୍ର ବେଳା ତୋ ଅତି ମନୋହର
ମନକୁ ମିଳଇ ତୃପ୍ତି।
ଜଗତେ ଏ ପରି ତୃପ୍ତି ହିଁ ନାହିଁ ରେ
ବନ୍ଦେ ମୋ ଭାରତ ଭୂଇଁ।
ବନ୍ଦେ ମୋ ଭାରତ ଭୂଇଁ।
ଭୂମିରେ ଫୁଟଇ ସୁନାର ଫସଲ
କୃଷକ ମୁହଁରେ ହସ
ବକ୍ଷରେ ତୋହର କେତେ ଯେ ସମ୍ପଦ
ମନେ ଭରଇ ସନ୍ତୋଷ।
ଜଗତର ଏଭଳି ସନ୍ତୋଷ ନାହିଁ ରେ
ବନ୍ଦେ ମୋ ଭାରତ ଭୂଇଁ।
ବନ୍ଦେ ମୋ ଭାରତ ଭୂଇଁ।
ତୋ କଳାସଂସ୍କୃତି ତୋ କାରୁକାର୍ଯ୍ୟ
କାଳଜୟୀ ବିଶ୍ଵବ୍ୟାପୀ
ତୋ ମନ୍ଦିରମାଳ ତୋ ଗିରିପର୍ବତ
ଦିଏ ସୁରକ୍ଷା ଅଦ୍ୟାପୀ।
ଜଗତେ ଏ ପରି ଭୂମିଟେ କାହିଁ ରେ
ବନ୍ଦେ ମୋ ଭାରତ ଭୂଇଁ।
ବନ୍ଦେ ମୋ ଭାରତ ଭୂଇଁ।
ଧନ୍ୟ ହେଲି ମା'ଲୋ ମୁଁ ପାପୀ ପ୍ରାଣୀଟେ
ନେଲି ତୋ କୋଳରେ ଜନ୍ମ
ତୋ ଆର୍ଶୀବାଦେ ସଫଳ ହୋଇଣ
ରଖିବି ତୋହର ନାମ।
ଜଗତେ ତୋପରି ମା'ଟି ହିଁ ନାହିଁ ରେ
ବନ୍ଦେ ମୋ ଭାରତ ଭୂଇଁ।
ବନ୍ଦେ ମୋ ଭାରତ ଭୂଇଁ।
