STORYMIRROR

Nityananda Sahu

Others

3  

Nityananda Sahu

Others

ବିସ୍ତୀର୍ଣ୍ଣ ଅବକାଶ

ବିସ୍ତୀର୍ଣ୍ଣ ଅବକାଶ

2 mins
202

ମୋ ଆଖିର ଲୁହକୁ ପୋଛିବାକୁ

ତୋ ହାତ ଆଜି ନିଶ୍ଚିୟ ଥରିବ ।।

ମୋ ମୁହଁକୁ ଥରେ ଚାହିଁବାକୁ

ତୋ ନଜର ନିଶ୍ଚିତ ଫେରିଯିବ ।।

ପ୍ରଥ ଭ୍ରଷ୍ଟ ମୁଁ ଆଜି ବିକ୍ଷିପ୍ତ ବିହଙ୍ଗ

ସବୁ ଥାଇ କିନ୍ତୁ ତୋର ବଦଳିଛି ଦେହର ରଙ୍ଗ ।।

ହସି ପାରୁ ନାହିଁ ମୁଁ ଆଜି

ଯେତେ ଚେଷ୍ଟା କଲେ ।।

ହେଲେ ତୋ ଓଠର ଖୁସି

କାହିଁକି ମିଳେନି ଦେଖିଲେ ।।

ପରିଚୟ ନ ଥିବା ମୁଁ ଏକ ଯାଯାବର

ସବୁ ଥାଇ ତୁ କାହିଁ ଖୁସି ନାହୁଁ ପ୍ରିୟା ମୋର ।।

ସାମାଜ ର କ୍ରୂରୁ ମାନସିକତାର ମୁଁ ଶୀକାର

ଭଲପାଇବାରେ ଧୋକାର ଭଲ ଦେଲ ଉପହାର ।।

ମୋ ପ୍ରେମ ଚାଟଶାଳୀ ର ତୁମେ ଥିଲ ବର୍ଣ୍ଣବୋଧ

ଏମିତି ପଢେଇଲ ମତେ, ମୁଁ ସବୁ ବୁଝି ସାଜିଲି ଅବୋଧ୍ୟ ।।

ଭୂଲ କି ଠିକ ର କରେ ନାହିଁ ମୁଁ ହିସାବ

ନା' ମାଗୁଛି ଆଖିର ଲୁହରେ ଆଉ ସେ ପ୍ରୀତିଭାଵ ।।

ବୟସ ର ଶେଷ ଏଇ ବସନ୍ତରେ

ଭେଟିବାକୁ ଆସିବ କି ଭାବୁଛ ମୋ ପାଶେ !

ନିଶବ୍ଦ ଜୀବନ ଆଉ ବିକଳାଙ୍ଗ ମସ୍ତିଷ୍କରେ

ଭାଷା ନାହିଁ କହିବାକୁ ତୁମକୁ ଆଉ ଓଠ ପାଖେ ।।

ତୁମେ ହାତ ବଢ଼େଇଲ ମୁଦ୍ରା କିଛି ଦାନ ରେ

ଗୋଟେ ରାତି ଭୋକ ମୋର ମେଣ୍ଟିବ ଶାନ୍ତିରେ ।।

ଜାଣିଛି ତୁମର ଭୋକ ଆଜି ପ୍ରଶମିତ

ହେଲେ ଏ ପୋଡ଼ା ପେଟକୁ ମିଳିଛି ସାମାଜିକ ଲାତ ।।

ଥିଲେ ଦିନେ ଦୁନିଆଁରେ ଆତ୍ମୀୟ ପରିଜନ

ତୁମ କୁ ପାଇ ଭୂଲି ଥିଲି ପରିବାରର ସମ୍ମାନ ।।

ନା' ତୁମେ ରହିଲ, ନା" ପରିବାର ସହ ରହିବାକୁ ଦେଲ

ଆଜି ଏତେ ବଡ଼ ଦୁନିଆଁରେ ବେସାହାରା କରି ଛାଡିଗଲ ।।

ଠିକ ଅଛି' ଯାହା ହେଲା ଭାବିନେଲି ଭାଗ୍ୟରେ ଥିଲା ଲେଖା

ମୋ ରାଣ, ସ୍ୱାମୀ ପରିବାରକୁ ଆଉ ଥରେ ଦେବ ନାହିଁ ଧୋକା।।

ସହିବ ନାହିଁ ବିଧାତା ଆଉ ବେଶୀ କଲେ ପାପ

ମୁଁ ବି ତୁମକୁ ଦେଇ ପାରିବିନି ଭୟଙ୍କର ଶାପ ।।

ଏ ଜନମେ ପାଇଲି ନାହିଁ ବୋଲି ମୁଁ , ତୁମକୁ

ଭାବୁଛ କି ଦେଖା ହେବ ଆଉ ଥରେ ଆର ଜନ୍ମକୁ ।।

ନା' ପ୍ରିୟା , ଥରେ ପାଇଥିବା ଶାସ୍ତି ଆଉ କିଏ ବା ଖୋଜିବ

ବିନା ଦୋଷରେ ଯିଏ ଜୀବନ ସାରା ଲୁହ ଢାଳିଥିବ ।।

ଏଇ ଜୀବନ, ଆମ ପ୍ରେମ ଆଜି ବିସ୍ତୀର୍ଣ୍ଣ ଅବକାଶ

ତୁମ ପାଇଁ ହୃଦୟରେ ଆଉ ନାହିଁ ସେ ଅନଳ ଶୋଷ ।।

ମଧୁ ଓଠରେ ଯେବେ ଦେଲ ମାଦକ ଭଅଁର କୁ ଜହର

ଏ ଶେଷ ଦେଖା ହୋଇ ରହିଯାଉ ଆମରି ପ୍ରେମ ର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍