Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmita Dixit

Others

3  

Rasmita Dixit

Others

ବିସ୍ଥାପିତ

ବିସ୍ଥାପିତ

1 min
192


ଭୂମି ଉପରେ ପାଦ ଦୁଇଟିକୁ

ପୋତି ଦେବାକୁ ଚାହୁଁଥିଲି

କେହିଜଣେ ହାତ ଧରି

କହି ଦେଇଥିଲେ --

ଏ ଅଗଣା , ଏ ଜହ୍ନ ,ତାରା

ଗଛ ପତ୍ର ଯାହା ସବୁ ଦେଖୁଛୁ

ଏ ସବୁ ତୋର , ନିଜର

ଏଇ ଯେଉଁ ଘର ଦେଖୁଛୁ

ତାର ଛାତ -----

ଛାତ ତଳର ମଣିଷ ମାନେ

ସେମାନେ ମଧ୍ୟ ତୋର ;

ନିଜର ,ଅତି ଆପଣାର

ଯେତେଦିନ ଇଚ୍ଛା ଆନନ୍ଦରେ

ହସିଖେଳି ଦିନ କାଟି ଦେ

ହେଲେ କେବେ କହିବୁନି ,

"ଏସବୁ ମୋର " ।


କେବେ ଦିନେ ସେ ଭୂମିରେ

ମୋ ଓଜନ ଅଧିକା ହେଇଗଲା

ନୀତି ନିୟମ ବହିର୍ଭୁତ ହୋଇଗଲା

ମୋର ଉପସ୍ଥିତି

କାରଣ ମୁଁ ଥିଲି ଅତିଥି

ସମ୍ମାନ ସହ ଗୋଟିଏ ଭୂମିରୁ

ଆଉ ଗୋଟିଏ ଭୂମିକୁ

ହେଲି ବିତାଡିତ , ବିସ୍ଥାପିତ

ଏଠି ମଧ୍ୟ ସମାନ କଥା ଓ କାହାଣୀ

ସେଇ ସବୁ ଘଷା ମଜା

ଆଦେଶ ,ଉପଦେଶ ବାଣୀ

ଯାହା ଦେଖୁଛୁ ଏସବୁ ତୋର

ଭୂମିରେ ପାଦ ରଖିବାକୁ

ଜାଗା ଦେଇଛୁ

ଏ କଣ କମ ଉଦାରତା !

ତୋ ପାଇଁ ଆମ ତରଫରୁ

ସର୍ବୋତ୍କୃଷ୍ଟ ଭେଟି

ଏହାହିଁ ଆମ ମହାନତା ।

ପାଦ ରଖି ଠିଆ ହେଇଛୁ

ସେତକ ଯଥେଷ୍ଟ

ପୋତିବାକୁ ଚେଷ୍ଟା କରିବୁନି

କଣ ଦରକାର ?

ଆମେ ତ ଅଛୁ ଆଶ୍ରା ଦେବାକୁ

ତୁ ଟଳମଳ ହେଲେ .....

ଆମେ ସବୁ ତୋର ନିଜର

ଅତି ଆପଣାର ;

ହେଲେ କେବେ କହିବୁନି

"ଏ ଭୂମି ମୋର " ।


ବିସ୍ଥାପନ ର ଯନ୍ତ୍ରଣା ଭୋଗୁଥିବା

'ମୁଁ ', ପଚାରେ - -

କେଉଁ ଭୂମି ମୋର ?

କେଉଁ ଘର ମୋର?

କେଉଁଠୁ ବାଢିବି ସ୍ୱର

ମୋ ଅଧିକାର ର ?


Rate this content
Log in