Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manoj kumar Maharana

Others

3  

Manoj kumar Maharana

Others

ବିଷ୍ଣୁ ପ୍ରେମେ ନାହଁ

ବିଷ୍ଣୁ ପ୍ରେମେ ନାହଁ

1 min
368




ବ୍ୟାଧ'ର କି' ଶ୍ରେଷ୍ଠ ଆଚରଣ ବା ଥିଲା?
ଗଜେନ୍ଦ୍ର ପାଖରେ ଆହା କି' ବିଦ୍ୟା ଥିଲା?
ଧ୍ରୁବ କେତେ ବୟସର ବା ହୋଇଥିଲା?
ବିଦୁର କେଉଁ ଉଚ୍ଚ ଜାତିର ଥିଲା?
କୁବଜା'ର କି' ସୁନ୍ଦର ରୂପ ଥିଲା?
ସୁଦାମା ପାଖରେ ଆହା କି' ଧନ ଥିଲା?

ଲୋ ସଜନୀ.... ଲୋ ସଜନୀ...
ବିଷ୍ଣୁ ପ୍ରେମେ ନାହଁ ଗରିବ ଧନୀ...
ଲୋ ସଜନୀ.... ଲୋ ସଜନୀ...
ବିଷ୍ଣୁ ପ୍ରେମେ ନାହଁ ମୁରୁଖ ଜ୍ଞ|ନୀ...……(1)

ଦୈତ୍ୟ ରାକ୍ଷସ ପଶୁ ପକ୍ଷୀ ଗନ୍ଧର୍ବ
ନାଗ ଚାରଣ ପରୀ ସିଦ୍ଧ ଗୁହ୍ୟକ,
ବୃଷପର୍ବା ଵୃତାସୁର ବିଦ୍ୟାଧର
ଜାମ୍ବବାନ ଧର୍ମବ୍ୟାଧ ବାଣାସୁର,,
ପ୍ରହଲ୍ଲାଦ ବଳି ଜଟାୟୁ ବିଭିଷଣ
ତୁଳାଧର ବୈଶ୍ୟ ସୁଗ୍ରୀବ ହନୁମାନ,
ବ୍ରଜାଙ୍ଗନାମାନେ ଯଂଜ୍ଞପତ୍ନୀମାନେ
ପାଇଛନ୍ତି ପ୍ରଭୁଙ୍କୁ ନାନା ଭକ୍ତି ମାର୍ଗେ,,

ଲୋ ସଜନୀ.... ଲୋ ସଜନୀ...
ବିଷ୍ଣୁ ପ୍ରେମେ ନାହଁ ଅଜାତି ଜାତି...
ଲୋ ସଜନୀ.... ଲୋ ସଜନୀ...
ବିଷ୍ଣୁ ପ୍ରେମେ ନାହଁ ମନୁଜ ମୁନି...……(2)

ସତ୍ୟ ତ୍ରେତା ଦ୍ୱାପର ଅବା ଏ କଳି
ସବୁ ଯୁଗେ ପୁରେ ଭକ୍ତ ଭଳି'କି ଭଳି,
ସ୍ୱର୍ଗେ ମହାଦେବ ମର୍ତ୍ତ୍ୟେ ସର୍ବ ପ୍ରାଣୀ
ପାତାଳେ ବଳୀ ସର୍ବେ ହୁଅନ୍ତି ଝୁରି,,
କିଏ ଜପେ ତପେ କିଏ ବା ସୁକାର୍ଯ୍ୟେ
କିଏ ପୂଜା ପାଠେ କିଏ ଭକ୍ତି ପ୍ରଣୟେ,
କିଏ ପିତା ସଖା କିଏ ଦେବତା ପତ୍ନୀ
କିଏ ପୁତ୍ର ସାଜି ତାଙ୍କୁ ପ୍ରେମେ ପାଆନ୍ତି,,

ଲୋ ସଜନୀ.... ଲୋ ସଜନୀ...
ବିଷ୍ଣୁ ପ୍ରେମେ ନାହଁ ଅସୁଶ୍ରୀ ସୁଶ୍ରୀ...
ଲୋ ସଜନୀ.... ଲୋ ସଜନୀ...
ବିଷ୍ଣୁ ପ୍ରେମେ ନାହଁ ଦିନ କି' ରାତି...……
ଲୋ ସଜନୀ.... ଲୋ ସଜନୀ...
ବିଷ୍ଣୁ ପ୍ରେମେ ନାହଁ ଗରିବ ଧନୀ.....(3)

By Manoj Maharana


Rate this content
Log in