STORYMIRROR

Jyotsnarani Panda

Others

3  

Jyotsnarani Panda

Others

ବିଷାକ୍ତ ସହର

ବିଷାକ୍ତ ସହର

2 mins
177


ବୋଧେ ହୃଦୟହୀନ 

ଏ ସହରୀ ଜନ 

ଵୁଝନ୍ତିନି ମନ 

ଛାତିତଳର ଦୁଃଖ 

ଆବେଗ ଓ ଅଭିମାନ


ବୁଝିବାକୁ ଵେଳ ବି କାହିଁ


ଏଠି ତ ସମସ୍ତେ କୁଆଡେ ଵିଵ୍ରତ ଓ ବ୍ୟସ୍ତ ସାହେବ ଲୋକ ନା !


ସକାଳ ତ ଏଠି 

ନିରୀହ କୈଶୋରର 

କରୁଣ କାହାଣୀ ଓ 

ନିର୍ମମ ଦୁଃଖରୁ ଆରମ୍ଭ 


ଛାତିଥରା ଜାଡରେ 

ଜରି ଗୋଟଉଥିବା ସେ 

ଅଭାଗିନୀ ଛୁଆଙ୍କର 

କି ହସ 

ବୋଧେ ଭଗବାନ ଦେଇଛନ୍ତି ସେମାନଙ୍କୁ 

ପୁଳା ପୁଳା ସାହସ 

ତାଙ୍କ ଦୁର୍ଭାଗ୍ୟ ସାଙ୍ଗେ

ଲଢ଼ିବାକୁ 

ସେମାନେ କିନ୍ତୁ ଅନୁଭଵ କରନ୍ତି 

ଶୀତ ଯେମିତି ତାଙ୍କୁ

କରୁଛି ଏକ ଐଶ୍ୱର୍ଯ୍ୟ ପୂର୍ଣ୍ଣ ଅଭିନନ୍ଦନ


ଏଇ ତ ସହରୀ ଜୀବନ

ଆଧୁନିକୀକରଣ


ଯାନବାହାନର ଓ କଳକାରଖାନାର ଅତ୍ୟାଚାର ମୂଳକ ଧୂମ୍ର ଓ କାନଫଟା ବିକଟାଳ ଶବ୍ଦ 


ଖୁବ୍ ଅସ୍ତବ୍ୟସ୍ତ କରେ 

ପ୍ରତିଟି ଛନ୍ଦାୟିତ ଜୀବନକୁ 


ମୁକୁଳିବାର ଉପାୟ ବା କ'ଣ


ମଧ୍ୟାହ୍ନ ତ ଏଠି 

ମୁର୍ହୁମୁର୍ହୂ ମାନସ ମନ୍ଥନ 


ସରକାରୀ ଚାକିରୀ କରୁଥିବା ବୋହୂ ଲିଜାର 

ଶାଶୁ ସୁନୀତା ଦେବୀଙ୍କ ଉପରେ 

ଅକଥନୀୟ ନିର୍ଯ୍ୟାତନା 


ନା ନା ତାଙ୍କ

ଭାଷାରେ ଏ ଅନ୍ୟାୟ ନୁହେଁ 


ଏ କୁଆଡେ ଅମାୟିକ ଭଲପାଇବାର ଏକ ନୂତନ ନମୁନା 


ଶାଶୁ ପରା ମାଆଙ୍କର 

ଆଉ ଏକ ଅବତାର ମାତ୍ର ... କିଛି ଭିନ୍ନ ନୁହେଁ ..


ମୁଁ କହୁନି ମ

ଲିଜା ମାଡାମ ଜଣେ 

ପ୍ରଖ୍ୟାତ ନାରୀନେତ୍ରୀ 

ମଞ୍ଚ ଉପରେ ମାଇକ୍ ରେ ବଡ଼ ପାଟିରେ ତାଙ୍କ ଓଜସ୍ଵିନୀ ଭାଷଣ ହିଁ ଏଇଆ

ସାରାଂଶ କାଢେ


ସନ୍ଧ୍ୟାଟା ଏଠି 

ସୁରେଶ ବାବୁ ପ୍ରଶାସନିକ ଅଧିକାରୀ ଙ୍କ କଡା ତାଗିଦ୍ ଭରା 

ଗର୍ଜନରେ ବିତୁଥାଏ 


ତ୍ରୁଟି ତ ଏତିକି ମାତ୍ର 

ତାଙ୍କ ନବେ ବର୍ଷର ବୃଦ୍ଧ ବାପା ଶଯ୍ୟାଶାୟୀ 

ଅହରହ ଶ୍ଵାସରେ ପେଲିହୋଇ କାଶୁଥାନ୍ତି 

ଆଉ ବୋହୂକୁ ବାରମ୍ବାର 

ଡାକପକାନ୍ତି


ଯହା କୁଆଡେ ଘରଟାକୁ ନର୍କରେ 

ପରିଣତ କରିଛି 

ବିଟୁ ଲିଟୁଙ୍କ ପାଠ ପଢ଼ାରେ ଗଭୀର ବ୍ୟାଘାତ ସୃଷ୍ଟି କରିଛି 


ହେ ପ୍ରଭୁ ... ତୁମେ କ'ଣ ସେ ପ୍ରାଣଟାକୁ 

ନେଇଗଲେ ହୁଅନ୍ତାନି ।


ତେଣେ ପଡିଶା ଘରର ମିନାକ୍ଷୀ ଚାକରାଣୀକୁ 

କି ଲୋଭିଲା କୁକର ପରି 

ଚାହିଁଛନ୍ତି ମାଲିକ ମୁକେଶ ବାବୁ 


ଏଇ ତ ସହରୀ ଜୀବନ 

ପ୍ରେମ ପାଠ ଵଡ ଗହନ ।


ଘରକୁ ସଅଳ ନ ଫେରି 

ଦେଖୁନ ରାଜେଶ୍ ର 

ବାହୁ ଉପରେ ଲେପଡି ପଡି 

ଚୁମା ଦେଉଛି ମିତା ।


ସେପଟେ ଵାହାଘର ପାଇଁ ଵାପା ମାଆ ଵର ଯୋଗାଡି 

ଆର ମାସ ପୁନେଇଁ 

ତିଥିକୁ 

ତା ଵିଵାହ ଲଗ୍ନ ସ୍ଥିର 

କରିସାରିଲେଣି ।


କେତେ ଉତ୍ ଶୃଙ୍ଖଳ ଓ ଦାୟିତ୍ଵହୀନ 

ଏ ସହରୀ ଜୀଵନ ।


ଦେଖୁନ ତିନି ମହଲା ଉପରୁ ମାଆ ଝିଅ

ଅଳିଆତକ ତଳକୁ 

ଫିଙ୍ଗୁଛନ୍ତି ।


ସତେ ଯେମିତି 

ଦାଣ୍ଡ ପାହାଚ ତଳଟା 

ପାକିସ୍ଥାନ ଭୂଖଣ୍ଡ 


ଘରଟା ଯାହା ଭାରତର


ଖାଲି ସେତିକି ନୁହେଁ ମ ଦେଖୁନ 

ତପସ୍ଵିନୀ ଅନଶନ କରିକରି 

କୋଉ ତପସ୍ୟାରେ 

ସିଦ୍ଧି ଲଭୁଛି 


ନା ସୁମିତ୍ ନା ତା' ଵାପା ମାଆ 

କୋଉ ତାକୁ ଆଗ୍ରହ ସହକାରେ 

ଗ୍ରହଣ କରୁଛନ୍ତି 


ଖାଲି ଯାହା ବାହାନାରେ 

ବାଜି ମାରିବା କଥା 


ନା ଝିଅଟିର ବେଦନାକୁ ହୃଦୟଙ୍ଗମ କରିପାରୁଛନ୍ତି 


ଵଡ ନିଷ୍ଠୁର ଏ ସହରୀ ଜୀଵନ 

ସ୍ଵାର୍ଥ ସରିଲା ପରେ

ଏକ ବର୍ଜ୍ୟ ବସ୍ତୁ ସହ ସମାନ


ମମିତା ତ କେବେଠୁ 

ଗଲାଣି ସେ ପୁରକୁ 

ମାଆ ବାପା ଦି' ଟା 

ଅଶ୍ରୁ ଢାଳୁଛନ୍ତି ଅହରହ 


ହେଲେ କୋଉ ନ୍ୟାୟ 

ପାଉଛନ୍ତି ନା 

ଦୃଢ଼ ପଦକ୍ଷେପ ନେଉଛି

ଆମ ଆଇନ୍ ବ୍ୟବସ୍ଥା ।


ଏ ସହରୀ ଜୀବନ 

ଖୋଲାଖୋଲି ଉଲଗ୍ନ 


ଦେଖ ପଞ୍ଚାୟତ ନିର୍ବାଚନ 

ପ୍ରଚାର ଜୋର୍ ଧରିଲାଣି 


ନେତାମାନଙ୍କର ନିର୍ବାଚନୀ ଇସ୍ତାହାରରେ 

ପେଟ ପୁରିଯିବ ମ 

ତାଙ୍କ ମଧୁରିଆ ହସ 

ଯୋଡହସ୍ତ 

କିଏ ବା ନ ଭଳିଯିଵ ହେ ।


ଛାଡ ମ

ସେ ଗହଳି ଭିତରୁ ଦୂରେଇ ରହିବା ଭଲ 


ନହେଲେ ଏ କରୋନାର ଦୁର୍ଦ୍ଦାନ୍ତ ପୁଅ ଓମିକ୍ରନ୍ ଟା ପୁରାପୁରି ଜିଅଁନ୍ତା ଗିଳିଦେଵ ଯେ ।


ଏ ପୈତୃକ ପ୍ରାଣଟା ବି ଅବେଳରେ ଚାଲିଯିଵ 


କାହାକୁ କହିଵ 

କିଏ ବା ଶୁଣିବ

ହାତେ ମାପି ଚାଖଣ୍ଡେ ନୁହେଁ ଚାରି ଆଙ୍ଗୁଳିରେ ଵି

ଘନଘନ ବିପଦ 


ଚତୁର୍ଦ୍ଦିଗ କଳା କଳା

ଜହର

ଏ ପରା ବିଷାକ୍ତ ସହର ।




Rate this content
Log in