STORYMIRROR

SUKANTA KHANDA

Others

3  

SUKANTA KHANDA

Others

ବିଷାକ୍ତ ସହର

ବିଷାକ୍ତ ସହର

1 min
189


ବିଷାକ୍ତର ସହରରେ ଆମେ ଉବୁଟୁବୁ

ଯେଉଁଠି ନିଶ୍ବାସ ଓ ପ୍ରଶ୍ବାସରେ ବାଧା।


ଦେଖୁନ !

ମୁମ୍ବାଇ କି ଦିଲ୍ଲୀ 

ରାତି ନ ପାହୁଣୁ ଏ କୁହୁଡି଼ ନା ବିଷର ବଳୟ

ଦିନ ଦଶଟା ସରିକି

ବାଟ ଚାଲିବା ବି କାଠିକର ପାଠ।


କେବେ ଯାଇଛନ୍ତି କି ସେଠାକୁ

ଯେଉଁଠି ଦିନ ନାହିଁ କି ରାତି ନାହିଁ

ପ୍ରତିକ୍ଷଣ ଲୋକ ସମାଗମ।


ଗଲେ ହିଁ ବୁଝିବ ଏ ଆଧୁନିକ ସହରର ସତ୍ଯତା

ବୈଜ୍ଞାନିକ ମାନେ କହି ଗଲେଣି ଜଙ୍ଗଲ କାଟିବାର ଏ ଫଳ

ଗାଡି଼ ମଟର,ଚିମିନିର ଧୂଆଁ 

ନୂଆନୂଆ ପରମାଣୁ ଅସ୍ତ୍ରର ଉଦ୍ଭାବନ ଓ ପରୀକ୍ଷଣ।


ଏତେ ସତ୍ତ୍ବେ ବି କେହି ବୁଝିବାକୁ ହିଁ ନାରାଜ

ଗୋଟେ ଗଛ ଲଗାଇବା

ପୂଣ୍ଣ୍ଯର କାମ

ଗୋଟେ ବିଷାକ୍ତ ନିର୍ଗତ ଧୂଆଁକୁ ରୋକିବା।


ଆମେ କିନ୍ତୁ ଭାରି ଗର୍ବୀତ

ପରୁମାଣୁ ବୋମା ଓ ଅସ୍ତ୍ରରେ ଆଗୁଆ 

ଚାହିଁବୁ ତ କ୍ଷଣକେ ବିଶ୍ବ ଧ୍ବଂସ ହେବ।


ଆମ ପରି ସାରା ବିଶ୍ବ ବି ଏମିତି କହୁଛି।


ଆମ ଆଖିରେ ଅନନ୍ତ ଲୁହ

ମିଛି ମିଛିକା ଦେଖାଇ ହେବାର ଠାଣି

ମୋଟେ କିନ୍ତୁ କେହି ବି ଚାହୁଁନା

ସୃଷ୍ଟି ବଞ୍ଚିରହୁ ଆମେ ବି ସମସ୍ତେ।


ସତରେ ! 

ସବୁ ଭୁଲ ହିଁ ନିଜର 

କାହାକୁ ଦୋଷ ଦେବା କୁହ?

ବିଷାକ୍ତ ଏ ସହର ପରି

ଗଳି କନ୍ଧି ଘେରିଯିବ ଦିନେ ବିଷର ବଳୟ

ଯେଉଁଠି କେହି ବି ତ୍ରାହି ପାଇବାନି।


ସେଇଥିପାଇଁ ତ କରୋନା ଆସିଛି

ଶିକ୍ଷା ଆଉ ଚେତେଇ ଦେବାକୁ

ଶୃଙ୍ଖଳିତ ଜୀବନ ନିର୍ବାହ ସକାଶେ। 

            


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍