STORYMIRROR

Suresh chandra Padhy

Others

4  

Suresh chandra Padhy

Others

ବିଷାକ୍ତ ସହର

ବିଷାକ୍ତ ସହର

1 min
356

ଆଜି କାଲି ସଭିଙ୍କ ବଚନ ହୋଇଛି ଖର 

ଏମିତି ଲାଗୁଛି ଯେମିତି ବିଷାକ୍ତ ସହର।


କେହି କାହା ଭଲ ଚାହେଁ ନାହିଁ ସ୍ୱାର୍ଥରେ ଚାଲୁଛି ସଂସାର 

ଏମିତି ଲାଗୁଛି ଯେମିତି ବିଷାକ୍ତ ସହର।


କେହି ବିପଦରେ ପଡିଲେ ସାହାଯ୍ୟ ମିଳେ ନାହିଁ କାହାର 

ଏମିତି ଲାଗୁଛି ଯେମିତି ବିଷାକ୍ତ ସହର।


ଧନୀ ଲୋକ ଦୁଷ୍ଟ ଲୋକ ଏଠି ପାଏ ବେଶୀ ଆଦର 

ଏମିତି ଲାଗୁଛି ଯେମିତି ବିଷାକ୍ତ ସହର।


ଆଧୁନିକ ହୋଇ ସର୍ବେ ଭୁଲି ଗଲେ ପରମ୍ପରାକୁ ଆମର 

ଏମିତି ଲାଗୁଛି ଯେମିତି ବିଷାକ୍ତ ସହର।


ମିଳୁ ନାହିଁ ଆଉ ଶୁଦ୍ଧ ଅମ୍ଲଜାନ ଗଛ ମିଳେ ନାହିଁ ଅଛି କୋଠା ଘର 

ଏମିତି ଲାଗୁଛି ଯେମିତି ବିଷାକ୍ତ ସହର।


ସବୁଠି କଳକାରଖାନା  ସଡ଼କରେ ଗାଡିର

ଧୂଆଁ  ତୁଣ୍ଡି ବନ୍ଧାଇଲା ମୁହେଁ ଆମର 

ଏମିତି ଲାଗୁଛି ଯେମିତି ବିଷାକ୍ତ ସହର।



Rate this content
Log in