STORYMIRROR

SUKANTA KHANDA

Others

3  

SUKANTA KHANDA

Others

ବିଶ୍ବାସ

ବିଶ୍ବାସ

1 min
150


ତୁମେ ଏତେ ବିଶ୍ବାସ କରିବା ଉଚିତ୍ ହେଉନି।


ବିଶ୍ବାସ କରିବ କାହିଁକି?

ଏ ସାରା ସଂସାରର ଲୋକେ ତ 

ପୂରା ଅବିଶ୍ବାସ ଆଉ ଘାତକ

ବେଙ୍ଗ କହେ ବେଙ୍ଗୁଲି ଲୋ ପରି...।


ମୋ କଥାକୁ ଶୁଣି କହିଲା

ବିଶ୍ବାସରରେ ସଂସାର ଚାଲୁଛି

ଯେମିତି ଦିନ ଆଉ ରାତି

ଅହରହ ଚାଲନ୍ତି ନିଜର ବାଟରେ

ଆଉ ସୂର୍ଯ୍ଯ ଚନ୍ଦ୍ର ବି ଚାଲନ୍ତି ନିଜର କକ୍ଷରେ।


ସେ ବିଶ୍ବାସର ଜାଲରେ ପଡି଼ଲା

ଯାହା ନିଆରା ଏ ସତ୍ଯ।


ନିତି ସାକ୍ଷାତ ହୁଏ ଅଥଚ

କିଛି ବି ନ ଥାଏ ଆବିଳତା।


ଦିନେ କଣ ହେଲା କେଜାଣି

ନିରୋଳା ଦେଖି ଲୁଟିଲି ତା' 

ସାଇତା ଧନକୁ।


ସେ ଚିତ୍କାରୁଥିଲା ଧପ୍ପାବାଜ କହି।


ଦେହ ମନ ପୁରିଗଲା ପରେ 

କିଛି ହିଁ ନ କହି ଉଠି ଚାଲିଗଲି

ସେ ନିଜକୁ ଝାଡି଼ଝୁଡି଼

ମୋର ପିଛା କଲା

ଆଉ ଧରି ପକେଇ କହିଲା

ଏତେ ନୀଚ୍ଚ,ଏତେ ସ୍ବାର୍ଥପର?


ମୁଁ ଧାରେ ହସ ମେଲି କହିଲି 

ଏତେ ବେଶି ବିଶ୍ବାସ ଭଲ ନୁହେଁ

କହିଥିଲି ନା ଅଥଚ ତୁମେ..?


ସେ ଲୁହ ଝରେଇ କହିଲା

ମୋତେ ଗ୍ରହଣ କର

ତୁମ ଔରସରୁ ମାଆ ହୋଇଯିବି।


ମୁଁ କିନ୍ତୁ ଧରାଛୁଆଁ ଦେଲିନି

ସେ ବହୁ କଷ୍ଟରେ ସନ୍ତାନ ଜନ୍ମ ଦେଲା।


ବହୁ ବର୍ଷପରେ ଦେଖା ହେଲା 

ପୁଅ ମୋର ଅଧିକାର ମାଗିଲା

ମୁଁ ଦୂରଦୂର ହେଲି ତ

ଶକ୍ତ ଭୁଜାଲିଟେ ପେଟରେ ଗଳେଇ ଦେଲା।


ମୁଁ ମୃତ୍ଯୁର କାଳରେ ହେଜୁଥିଲି

ବିଶ୍ବାସରେ ସଂସାର ଚାଲୁଛି

ଆଉ ଯିଏ ନୀଚ୍ଚ ଅବିଶ୍ବାସୀ

ମୋର ପରି 

ମୃତ୍ଯୁ ପ୍ରାପ୍ତ କରିବାକୁ ଯୋଗ୍ଯ।


ମୁଁ ଆର ପାରିରେ ଏବେ

ଅନୁତାପେ ସିନା ସଢୁଛି 

ହେଲେ ପାପର ପଲା ଭାରି

ଯମଦୂତଗଣ ଗରମ କ୍ଷୀରରେ ନିକ୍ଷେପ କରୁଛନ୍ତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍