ବିଶ୍ଵାବସୁ ଙ୍କ ନୀଳମାଧବ
ବିଶ୍ଵାବସୁ ଙ୍କ ନୀଳମାଧବ
ଶବର ମୁଖିଆ ନାମ ବିଶ୍ଵାବସୁ
କଣ୍ଟିଲୋ ରାଇଜେ ବାସ,
ନୀଳମାଧବଙ୍କ ସେବା କରୁଥିଲେ
ରଖି ଅଖଣ୍ଡ ବିଶ୍ବାସ ।
ପାହାଡ଼ ଭିତରେ ନିର୍ଜନ ଗୁମ୍ଫାରେ
ଠାକୁରଙ୍କୁ ରଖିଥିଲେ,
ଗୁଳ୍ମ ଭରା ପଥ ଅତିକ୍ରମ କରି
ନୀତି ପୂଜା କରୁଥିଲେ ।
ସେହି ପଥ ପୁଣି ତମସାରେ ଭରା
ସୂର୍ଯ୍ୟାଲୋକ ଭେଦେ ନାହିଁ,
ସୂର୍ଯ୍ୟ ଅସ୍ତ ହେଲେ ଗୁମ୍ଫାକୁ ଯିବାର
ରାସ୍ତା ଅବା ମିଳେ କାହିଁ ।
ହିଂସ୍ରଜନ୍ତୁପୂର୍ଣ୍ଣ ପାହାଡ ଘେରା ରେ
ରାଜ୍ୟ ବିଶ୍ଵାବସୁ ଙ୍କର ,
ଅପୂର୍ବ ସୁନ୍ଦରୀ ଏକମାତ୍ର କନ୍ୟା
ଲଳିତା ଅଟେ ତାଙ୍କର ।
ଉତ୍କଳ ନରେଶ ଇନ୍ଦ୍ରଦ୍ୟୁମ୍ନ ଦେବ
ସ୍ଵପ୍ନେ ମାଧବ ଦେଖିଲେ,
ଠାକୁରଙ୍କୁ ଆଣି ଶ୍ରୀକ୍ଷେତ୍ରେ ରଖିବେ
ମନେ ମନେ ଚିନ୍ତା କଲେ ।
ରାତ୍ର ଅତିକ୍ରାନ୍ତେ ପାତ୍ର ମନ୍ତ୍ରୀ ସବୁ
ସଭାରେ ଠୁଳ କରିଲେ ,
ସଭାସ୍ଥଳେ ରାଜା ମନର ବେଦନା
ସମସ୍ତ ଙ୍କୁ ବଖାଣିଲେ ।
ଚତୁର୍ଦ୍ଧିଗେ ଦୂତ ପେଶଣ ହୋଇଲେ
ମାଧବଙ୍କ ଖୋଜା ପାଇଁ,
ସମସ୍ତ ଙ୍କ ଚେଷ୍ଟା ବିଫଳ ହୋଇଲା
ଠାକୁର ମିଳିଲେ ନାହଁ ।
ଶେଷେ ସେନାପତି ଆର୍ଯ୍ୟ ବିଦ୍ୟାପତି
ଅନ୍ଵେଷଣ ପାଇଁ ଗଲେ,
ଶବର ରାଇଜେ ବିଶ୍ଵାବସୁ ଘରେ
ଆସ୍ଥାନ ଜମେଇ ଦେଲେ ।
ଶବର ଦୁହିତା ଆଉ ବିଦ୍ୟାପତି
ପ୍ରେମ ଜାଲେ ବାନ୍ଧି ହେଲେ,
ଲଳିତା ସାହାଯ୍ୟେ ନୀଳମାଧବ ଙ୍କୁ
ଗୁମ୍ଫା ମଧ୍ଯେ ଦେଖି ଦେଲେ ।
ରାତ୍ର ଅନ୍ଧକାରେ ଆର୍ଯ୍ୟ ସେନାପତି
ତହୁଁ ସ୍ଥାନାନ୍ତର କରି ,
ରାତାରାତି ସେଠୁଁ ପ୍ରସ୍ଥାନ କରିଲେ
ପୁରୀକୁ ଆସିଲେ ଫେରି ।
ଳନ୍ଯା ଠାରୁ ଶୁଣି ସମସ୍ତ କାହାଣୀ
ରାଗେ ଜର୍ଜରିତ ହୋଇ,
ବିଶ୍ଵାବସୁ ଆସି ପୁରୀ ପହଞ୍ଚିଲେ
ସଙ୍ଗେ ଲଳିତାକୁ ନେଇ ।
ଆର୍ଯ୍ୟ ଅନାର୍ଯ୍ୟଙ୍କ ମିଳନ ଘଟିଲା
ଦୈତାପତିଙ୍କର ସୃଷ୍ଟି
ନବକେବର ଦାରୁ ଅନ୍ଵେଷଣ
ରଥ ନିର୍ମାଣ ରେ ଦୃଷ୍ଟି ।