Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

4.5  

Sadananda Sahoo

Others

ବିଶ୍ଵ କର୍କଟ ରୋଗ ଦିବସ

ବିଶ୍ଵ କର୍କଟ ରୋଗ ଦିବସ

1 min
228



ରୋଗ ଶୋକ ଦୁଃଖ ଚିର ସହଚର 

   ଜୀବନର ଚଲା ପଥେ , 

ମାନବ ଜୀବନ ସଂଘର୍ଷରେ ପୁର୍ଣ୍ଣ 

   ମିୟମ୍ରାଣେ ମଥା ପାତେ  ! ! 


କର୍କଟ ଉତ୍କଟ ରୋଗର ସମ୍ରାଟ 

     ମାନବର ମହାଶତୃ , 

ଶରୀରକୁ ଗ୍ରାସେ ଯନ୍ତ୍ରଣା ଉଚ୍ଛ୍ଵାସେ 

    ଶେଷ ପରିଣାମ ମୃତ୍ଯୁ ! ! 


କର୍କଟ ଜୀବାଣୁ କରିଦିଏ ସ୍ଥାଣୁ 

    ଅବସନ୍ନ  ହୁଏ ମନ , 

ନାମ ଭିନ୍ନ ଭିନ୍ନ ରୋଗ ଏକ ମାତ୍ର 

    ହାନି କରେ  ଧନଜନ ! !


ରକତ କର୍କଟ   ମହା ଭୟଙ୍କର 

   ବ୍ୟାପି ଯାଏ  ସଶରୀରେ , 

ରକ୍ତ କଣିକାରେ ଶିରା ପ୍ରଶିରାରେ 

    ବିଷମଞ୍ଜି ବୁଣେ ଧୀରେ ! ! 


ମୁଖ ଗହ୍ଵରରେ ଆସ୍ଥାନ ଜମାଏ 

   ଭୟଙ୍କର   ରୂପରେଖ , 

ବଂଶ ବିସ୍ତାରୀ  କ୍ଷତ ସୃ୍ଷ୍ଟି କରି 

    ବିକୃତ କରଇ  ମୁଖ ! ! 


ଖାଦ୍ୟ ରୂଚେ ନାହିଁ ଉଦରକୁ ପୁଣି 

    ସଙ୍କୋଚିତ ହୁଏ ନାଡ଼ି , 

କଙ୍କଡାଙ୍କ ପରି  ବଂଶ ବିସ୍ତାରି 

    ଖାଆନ୍ତି ମାଂସକୁ କୋରି ! ! 


ଭିନ୍ନ ଭିନ୍ନ ଅଙ୍ଗେ ଆକ୍ରମଣାତ୍ମକେ 

     କର୍କଟ ଉନ୍ନମାଦ କରେ , 

ହୃଦୟ ହେଉକି ପିତକୋଷ ହେଉ 

    ଜୀବାଣୁ ବଂଶ ବିସ୍ତାରେ  ! ! 


ମନପ୍ରାଣ ଦୃଢ କରହେ ମାନବ 

    ଲଢିବା କର୍କଟ ସଙ୍ଗେ , 

ଯେତେ ଦୂରାରୋଗ୍ୟ ହେଉ ପଛେ ରୋଗ 

    ହାର ମାନିବାନି ଆଗେ  ! ! 


ଅତି ବାଇଗିଣି ରଶ୍ମୀର ପ୍ରକୋପେ 

     କର୍କଟ ଜୀବାଣୁ ମରେ , 

ନିୟମିତ ଭାବେ ବୈଦ୍ୟରାଜ ପାଶେ 

     ଯିବା ଆମେ ଅଗଭରେ ! ! 


ତମାଖୁ ବର୍ଜନ କର ଆହେ ଜନ 

    କର୍କଟର  ମୂଳପିଣ୍ଡ  , 

ନିକୋଟିନ ଯୁକ୍ତ ବିଷାକ୍ତ ପଦାର୍ଥ 

     ଶରୀରକୁ ଦିଏ ଦଣ୍ଡ ! ! 


ସିଗାରେଟ ବିଡି ଦେଵା ସବୁ ଛାଡି 

    ଗୁଟୁଖାକୁ ବର୍ଜିବା ଆଗେ , 

ସୁସ୍ଥ ନିରାମୟ  ଜୀବନ  ଯାପିବା 

   ଜାଗରଣେ  ଅନୁଭାଗେ ! ! 


ପୃଷ୍ଟିକରଯୁକ୍ତ ଖାଇବାତ ଖାଦ୍ୟ 

    ସବୁଜ ପରିବା ଶ୍ରେଷ୍ଠ , 

ତୈଳିକ ବ୍ୟଞ୍ଜନ କରିବା ବର୍ଜନ 

   ଜୀବନ ହେବନି ନଷ୍ଟ ! ! 


ଶାଗ ମୁଗ ଡାଲି ଆମ ଖାଦ୍ୟ ସାଥୀ 

     ସରାଗେ ଭକ୍ଷିବା ସର୍ବେ , 

ମାଛ ମାଂସ ଅଣ୍ଡା ନୁହେଁ ହିତ ଜମା 

     କହୁଛି ମୁଁ ଅନୁଭବେ  ! ! 


ଦୁର୍ଲ୍ଲଭ ଜୀବନ  ମଣିଷ ଜନମ 

    ହେବାନି କର୍କଟ ସଙ୍ଗ , 

ଅକାଳରେ କାହିଁ ଯିବା ମହୀ ଛାଡି

    ସବୁ ସ୍ଵପ୍ନ ହେଵ ଭଗ୍ନ ! ! 


ସ୍ବାସ୍ଥ୍ଯ ସଂଗଠନ ପାଳୁଛି ଦିବସ 

      କର୍କଟ ନାଶିବା ପାଇଁ , 

ଫେବୃୟାରୀ ମାସ ଚତୁର୍ଥ ତାରିଖ 

     ହସି ହସାଇବା ଜୀଇଁ   ! ! 



Rate this content
Log in