Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Usharani Sahoo

Others

3  

Usharani Sahoo

Others

ବିଶ୍ୱାସ

ବିଶ୍ୱାସ

1 min
123



ଦୁନିଆ ପଥରେ ବଞ୍ଚିବାକୁ ହେଲେ

     ଲୋଡା ହୁଏ ବିଶ୍ୱାସ

ବିଶ୍ୱାସ ନ ଥିଲେ ଜୀବନର ମାନ

      ରହିଯାଏ ଅବଶେଷ।..(୧)

ଈଶ୍ୱର ସୃଷ୍ଟିରେ ଗଢା ଏ ମାନବ

      ପୁଣି ଏ ଜୀବଜଗତ

ସମୟ ସଂସାରେ ଚାଲିଵା ପାଇଁକି

      ଆଗକୁ ବଢ଼ାଇ ହାତ।..(୨)

କର୍ତ୍ତବ୍ୟ ପଥରେ ଅଗ୍ରସର ହୋଇ

      ବିସ୍ତାର କରି ହୃଦୟ

ଅସହାୟଙ୍କୁ ଯେ ସହାୟ ହୋଇବା

      ନ ରଖି କିଛି ସଂଶୟ।..(୩)

ଆପଣାର ମନେ ସଭିଙ୍କୁ ଯେ କରେ

      ପର ଦୁଃଖେ ଦୁଃଖୀ ହୁଏ

ଛଳନା ନ କରି ଆତ୍ମ ସମ୍ମାନରେ

      କାର୍ଯ୍ୟ ସଦା କରିଥାଏ।..(୪)

ଈଶ୍ୱର ସନ୍ତୋଷ ଲଭିଥାଏ ପୁଣି

      ସେ ସର୍ବଦା ଜୀଵନରେ

ବିଶ୍ୱାସଭାଜନ ଅଟେ ସେହି ବ୍ୟକ୍ତି

      ରହେ ଆନନ୍ଦ ମନରେ।..(୫)

କଥା ଦେଇ କଥା ରଖେ ନାହିଁ ଯେହୁଁ

      ଅନ୍ତରେ ରଖି ଛଳନା

ଅବିଶ୍ୱାସୀ ଭାବେ ଗଣା ହୋଇଥାଏ

      ପାଏ ଦୁଃଖ ଯନ୍ତ୍ରଣା।..(୬)

ଅନ୍ୟକୁ ଯେ ଠକି ନିଜେ ଥକିଯାଏ

      ସେ କଥା ବୁଝିପାରେନା

ନିନ୍ଦନୀୟ ରୂପେ ପରିଚିତ ହୁଏ

      ସଦା ପାଇଥାଏ ଘୃଣା।..(୭)

ବିଶ୍ୱାସ ଵଳରେ ଜିଣଇ ହୃଦୟ

      ବିଶ୍ୱାସ ମୂଳେ ଜଗନ୍ନାଥ

ବିଶ୍ୱାସ ଵଳରେ ସ୍ୱର୍ଗ ପ୍ରାପ୍ତି ହୁଏ

      ରଖିଥାଏ ନିଜ ମହତ।..(୮)



Rate this content
Log in