ବିଶ୍ୱାସ
ବିଶ୍ୱାସ
1 min
158
ଜଙ୍ଗଲ ଭିତରେ ବାଟଭୁଲିଗଲେ ନିଜରନଥାଏ କେହି
ସେଥିପାଇଁ ପରା ମା ମୋ ଆଶରା ମା ମୋ ମମତା ମୟୀ।
ପାଟିଖୋଲିକିଛି କହିବା ହୁଏନି ମା ଜାଣିଥାଏ ସବୁ
ଆକଟି କହିଛି "ପଛେ ପଛେ ଥିବୁ "କେବେହାତ ନଛାଡିବୁ ।
ପରଶ ଯାହାର ଅମୃତ ସମ୍ଭାରସ୍ନେହର ତୁଳନା ନାହିଁ
ବିପଦ ଆପଦ ଯାହାଆସୁପଛେମାଆ ସାଥେ ଥିବି ରହି।
ଦେଖି ମୋର ମୁଖ ସରଗ ର ସୁଖ ମା କୁ ମିଳୁ ନ ମିଳୁ
ଅସୀମ କଷଣ ମୋ ପାଇଁ ସହେ ସାଗରକୁ କରେ ଚଳୁ ।
ନିଜକୁ ଭୁଲିସେ ପିଲା କଥା ଭାବେ ସୁଖ କାମନାକରଇ
ହସ ଲୁହ ସହି ବାଟ ଚାଲୁଥାଇ ମା ମୋର ପରା ସେହି।
