STORYMIRROR

Maitreyee Kamila

Others

3  

Maitreyee Kamila

Others

ବିରହୀ ରାଧା

ବିରହୀ ରାଧା

1 min
27

ଆମ ପ୍ରେମ ଯେ ଶାଶ୍ୱତ 

ଆଉ କିଏ ଜାଣିଛି ତୁମ ବିନା କାହ୍ନା

ସେଇ ବଇଁଶି ସ୍ୱର

କଦମ୍ବ ମୂଳ

ଯମୁନା ଘାଟ

ଯଶୋଦା ପଣତ 

ଗୋପଦଣ୍ଡ ସବୁଠି ତୁମ

ଶାଶ୍ୱତ ପ୍ରେମର ସ୍ଵାକ୍ଷର


ତୁମ ବାଙ୍କ ଚାହାଣୀ

ସୁଦାମା ସୁବଳ ସଂଗେ

ଲବଣି ଚୋରୀ

ଫଗୁ ଅବିର 

ଗୋପୀ ଗଣ ସାଥେ ରାସ 

ରାଧା ହୃଦୟରେ ବାସ

ସବୁ ତ ତୁମ ଶାଶ୍ୱତ ପ୍ରେମ


ଯମୁନା ଉଛୁଳିବା ଦେଖି

କଦମ୍ବ ଫୁଟିଛି

ଗୋପଦାଣ୍ଡ ଧୂଳିରେ 

ସାଜୁଛି ଗାଈଗୋଠ

ମୋହନ ବଇଁଶୀକୁ ଅପେକ୍ଷା

ସତେ କଣ ତୁମେ ଫେରି ଆସି

କହିଯିବ ରାଧା କାନେ କାନେ


ଗୋପଦାଣ୍ଡ

ଫଗୁ ଅବିର

ଯମୁନା ନଈ

ମୁଁ ନଥିଲେ ସବୁ ମିଛ

ଏ ସବୁରେ ଲେଖା

ରହିଛି ରହିବ

ମୋ ଶାଶ୍ୱତ ପ୍ରେମ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍