STORYMIRROR

Pinku Ranbida

Others

3  

Pinku Ranbida

Others

ବିରହ ବେଦନା

ବିରହ ବେଦନା

1 min
238

ବିରହ ବେଦନା ସହି ହୁଏନା କାହ୍ନା

କାହିଁ ଛାଡି ପଲାଲୁ ଗୋପର୍ ସୁନା

ଆ ଦେଖିଆ ତୋର୍ ରାଧାକେ

ସୋର୍ ନାଇଁ ପଡ୍'ବାର୍ କାଏ ମତେ ।।


ମୋର୍ ଲାଗି କେତେ ଗାଲି ସୁନିଛୁ

କେତେ ନିନ୍ଦା,ଅପମାନ୍ ସହିଛୁ

ସବୁ କଥାକେ ପାସିରି ଦେଲୁନ 

ମଥୁରା ପୁର୍'କେ ଯେଭେ ଗଲୁନ ।।


ଗଲାବେଲେ କଥା ଦେଇଥିଲୁ

ମଥୁରା ପୁହୁଚିଲେ ଚିଠି,ଲେଖ୍'ମି କହିଥିଲୁ

ତୋର୍ କଥା ସବୁ ମିଛ୍ ହେଇଗଲା

ଚିଠି,ପତର୍ ତୋର୍ କିଛି ନାଇଁ ଆଏଲା ।।


ସବୁଦିନେ ତୋର୍ କଥା ପକଉଥିସି

ଚିଠି,ପତର୍ ଆଇଛେ କାଏ ପଚରଉଥିସି

ମନ୍ ନାଇ ମାନ୍'ଲେ ଗୋପିର୍ ଭିଲେ ବସିକରି

ହସୁଥିସୁ ତୋର୍ କଥା ସୋର୍ କରି କରି ।।


ଉପୁରେ ଉପୁରେ ହସୁଥିସିରେ ମୁଇଁ

ମନ୍' ଭିତିରେ ଭିତିରେ କାନ୍ଦୁଥିସି ତାହିଁ

କାହାକେ କହି ନାଇହେବାର୍ ମନର୍ କଥା

ସୁନିପକାଲେ ଗାଲିଦେବେ ମୋର୍ ଘଏତା ।।


ବିହା ହେଇଥିଲେ ଭି ବେଦିଠାନେ ବସି

ତୋର୍ ପେରେମ୍'ରେ ଯାଇଛେ ମୁଇଁ ରସି

ହେନ୍ତା ନାଇଁ କର୍'ବାର୍ କଥା କାହ୍ନା 

କିରିଆଁ ଦେଇକରି ଭୁଲିଗଲୁନ ସୁନା ।।


ବିରହ ବେଦନା ସହିଁ ନାଇଁ ପାରେନ

ମରିଯିମି ଇହାଛେନେ ଲାଗୁଛେନ

ଦଗାଦିଆ ନଟବର ନଟନାଗର ପିଲା

ଜୀବନ୍ କରିଦେଲୁ ମୋର ବଡା ଝମେଲା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍