STORYMIRROR

SUKANTA KHANDA

Others

3  

SUKANTA KHANDA

Others

ବିରାଗ

ବିରାଗ

1 min
193

ବିରାଗ ଖାଇ ସାରିଲାଣି ନିଜକୁ

ସମାଜକୁ ଫିଙ୍ଗୁଥିବା ବାକ୍ୟ ବାଣ

ନିଜର ଉପରେ ଯେମିତି।


ଖାଇବ ନାହିଁ କାହିଁକି?

ମୁଁ ତ କାହାକୁ ଭଲ ପାଏ ନାହିଁ

ପତ୍ନୀ ପୁତ୍ର ଓ ପରିବାର କାହିଁକି

ନିଜକୁ ବି ନୁହେଁ

ପ୍ରତିକ୍ଷଣ ବିରକ୍ତିର ଚିହ୍ନ

ଯେମିତି କୋଟିଏ କିଏ ନେଇଗଲା।


ଏହା ହିଂସା ନା ଅସୂୟା

କର୍ମ ନା ଧର୍ମ 

ଅଭିଶାପ ନା ଆଶୀର୍ବାଦ

ପ୍ରତିକ୍ଷଣ ଗରଗର ହୁଏ ହେଉଥାଏ।


ଯେମିତି ବର୍ଷା ଦିନରେ ଚଡ଼କ

ଖରା ଦିନରେ ବୈଶାଖୀର ଝାଞ୍ଜି

ଆଉ ଶୀତରେ ବାଘର ମାଡ଼।


ମୁଁ ଅଭିଶପ୍ତ ନା ପାପୀ

ନିନ୍ଦୁକ ନା ହିଂସୁକ

ଗର୍ବୀ ନା ଅହଙ୍କାରୀ

ନିଚତାର ବଶବର୍ତ୍ତୀରେ ଝୁଲୁଛି।


ଘନଘନ ଅପଭାଷା ଆଉ ଅପକଥା

ନ ଫିଙ୍ଗିଲେ ଖାଇବା ଯେମିତି 

ହଜମ ହୁଏନି।


ବିରାଗ ବିରକ୍ତି ଉଦାସୀନତା ଅଥବା ନିର୍ଲିପ୍ତତା

ଯାହା ବି କୁହ ମୋତେ

ମୋତେ ଯେତେ ମାଠେଇବୁ ମାଠ।


ଏବେ ଶପଥ ନେଇଥିବି

ଅଳ୍ପକ୍ଷଣ ପରେ ସେଇକାମ ହାତକୁ ହିଁ ନେବି।


ସୁତରାଂ !

ମୋର ଘୁଷୁରୀ ପ୍ରକୃତି

ଗୋଟେ ଭୟଙ୍କର ଜାନୁଆର ନୁହେଁ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍