STORYMIRROR

Shashanka sekhar Ray

Others

3  

Shashanka sekhar Ray

Others

ବିନତୀ

ବିନତୀ

1 min
14.2K


ତୁମ ମନ୍ଦିର ବେଢାରେ ବସିଗଲେ

ଭୁଲିଯାଏ ମୁଁ ସବୁ ଜଞ୍ଜାଳ

ତୁମ ଅପଲକ ଚକାଚକା ଆଖିରେ

କି ଯାଦୁ ଥାଏ କେଜାଣି

ଦେଖିବାକୁ ଇଚ୍ଛା ହୁଏ ବାରମ୍ବାର ।

ମନ ବୁଝେନି କାହିଁକି କେଜାଣି

ଘଣ୍ଟାଘଣ୍ଟା ଧରି ଚାହିଁଥାଏ ମୁହିଁ

କାନେ ଶୁଭୁଥାଏ ସଦା ବଂଶୀସ୍ଵର

ଆସିଥିଲି ଦିନେ

ଭବ ଜଳେ ହୋଇ ମୀନ

ଦେଖାଇଲ ଅନ୍ଧାରୁ ଆଲୋକ

ସଂପର୍କ ବିଷୟରେ ଆମର ଜନ୍ମଜନ୍ମାନ୍ତରର ।

ଯାହାତ ଦେଇଛ ସବୁ ତୁମରି ଦାନ

କି ଆଉ ମାଗିବି ପ୍ରଭୁ

ମଣିଷ ଜୀବନ ଦେଇ କରିଛ କୃତାର୍ଥ

ଦାସିଆବାଉରୀ ସାଜି

କରୁଛି ମୁଁ ନିଜକୁ ନିଜେ ସମର୍ପଣ

ଜୀବନ ବଡଦାଣ୍ଡେ ଗଡେ ନନ୍ଦିଘୋଷ ମୋର

ଘଣ୍ଟ ହୁଳହୁଳି ମୃଦଙ୍ଗର ତାନେ ମୁଁ ଅଧୀର

ବୁଦ୍ଧି ଅଟଇ ସାରଥୀ ମୋ ଦେହ ରଥର

ସୁଶୋଭିତ ଇନ୍ଦ୍ରିୟ ଅଶ୍ଵ କି ମନୋହର

ଘୋଷଯାତ୍ରା କାଳେ ଲଗାମ ଧରିଛି ମନର

ତୁମ ପ୍ରେମେ ସଦା ଉଲ୍ଲସିତ ଜୀବନଟା ମୋର

ଶେଷ ଅଛି ପରା ସବୁ ଆରମ୍ଭର

ଯାତ୍ରା ଶେଷେ ବାହୁଡିବାକୁ ହେବ ପୁଣି ଘର

ଛାଡି ରାଗ ହିଂସା ଅଭିମାନ ଏ ସଂସାର ।


ଶଶାଙ୍କ ଶେଖର ରାୟ

7377197999,,,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍