STORYMIRROR

Bunee Tripathy

Others

3  

Bunee Tripathy

Others

ବଇଁଶୀର ଦୁଃଖ

ବଇଁଶୀର ଦୁଃଖ

1 min
201


କାନ୍ଦୁଛି ବଂଇଁଶୀ ଗୁମୁରି ଗୁମୁରି

ଭାଙ୍ଗିଯାଇଛି ତା ଗର୍ବ

କାହ୍ନାର ହାତରେ ପାଉଥିଲା ଶୋଭା

ଲକ୍ଷେ ଉଦିଆର ପର୍ବ।


ନାହିଁ କୁଞ୍ଜବନ ନାହିଁ ପରା ରାଈ

ସମୟ ସ୍ରୋତରେ ହଜି

ରହି ଯାଇଅଛି ପ୍ରତିବିମ୍ବ ଖାଲି

ଅତୀତ ଜିତଇ ବାଜି।


ମନେମନେ ଆଜି ସୁମରି ହେଉଛି

କାହ୍ନାର ବଂଇଁଶୀ ପର

ତା ଓଠ ଚୁମ୍ବନେ ପରାଣ ପାଇସେ

ସ୍ବର ତୋଳୁଥିଲା ସାରା।


ଯମୂନା କୂଳରେ ଗୋଗଷ୍ଟ ମେଳରେ

କାହ୍ନା ଯେ କଦମ୍ବ ମୂଳେ

ଏକଲୟ କରି ସ୍ବରର ମୂର୍ଚ୍ଛନା

ରାଇକୁ ପାଗଳି କରେ।


ଷୋଳସହସ୍ର ସେ ଗୋପନାରୀ ଦିନେ

କାହ୍ନା ପଛେ ଧାଉଁଥିଲେ

ଶୁଣି ବେଣୁ ସ୍ବନ ଅଧିରା ତ ମନ

କୁଞ୍ଜବନେ ଯାଉଥିଲେ।


ଭାଗ୍ଯବାନ ଦିନେ ମଣୁଥିଲା ସିଏ

କାହ୍ନାର ଆୟୂଧ ହୋଇ

ରାଇର ପରାଣ ବାନ୍ଧି ହୋଇଥିଲା

ସାତସୁର ପରା ହୋଇ।


କାହ୍ନା ଚାଲିଗଲା ଦ୍ବାରକାକୁ ଯେବେ

ଶୁଭିଲାନି ବେଣୁ ସ୍ବନ।

ଋକ୍ମିଣୀ ପ୍ରେମରେ ପାଗଳ ହୋଇଲା

ଧରି ସେତ ସୁଦର୍ଶନ।


ହଜିଗଲା ବଂଶୀ ଦ୍ବାରକା ଭିତରେ

ରାଇ ରହିଗଲା ଗୋପେ

ଗୋପେ କୁଞ୍ଜବନ,ସାଜିଲାନି କେବେ

ବଂଇଁଶୀ ରହିଲା ଦୁଃଖେ।


ରାଇ ହଜିଗଲା ମଶାଣି ଯୁଇରେ

ଶୁଣି ଶେଷ ବଂଶୀ ସ୍ବନ

ସେହି ଦିନ କାହ୍ନା ଭାଙ୍ଗିଲା ବଂଇଁଶୀ

ତୋଳିଲାନି ବେଣୁସ୍ବନ।


ଅବୟବ ସିନା ହେଉଛି ଦିଖଣ୍ଡ

ଆତ୍ମାତ ଅବିନଶ୍ବର

ବିଳପି ଉଠଇ ହୃଦୟ ତାହାର

ମନେପଡେ ନିରନ୍ତର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍