STORYMIRROR

DR SAMIR KUMAR NANDA

Others

2  

DR SAMIR KUMAR NANDA

Others

ବିମୁଦ୍ରାକରଣ

ବିମୁଦ୍ରାକରଣ

1 min
13.6K


ଆଠ ନଭେମ୍ବର ଆଠଟା ରାତିରେ , ଭାଷଣ ଶୁଭିଲା ଟିଭିରେ

ପାଞ୍ଚ ଶହ ଆଉ ହଜାର ନୋଟ ଅଚଳ ହୋଇଲା ଦେଶରେ

ଅଫିସର ମନ୍ତ୍ରୀ ପୋଲିସ୍ ଯନ୍ତ୍ରୀ ହୋଇଗଲେ ପୁଣି ସଜାଗ ,

ଅସତ୍ୟ ଅନୀତି ବିନାଶ ହୋଇଣ ଆସିଲା ବୋଧେ ସ୍ଵର୍ଣ୍ଣ ଯୁଗ ।

ଯେତେ ସଚୋଟ ଆଉ ନିଷ୍କପଟ ମନ ଖୁସିରେ ନାଚିଲେ

କଳା ବଜାରୀ ଆଉ ମହାଜନ ସବୁ ମୁଣ୍ଡ କୁ ବାଡେଇ କାନ୍ଦିଲେ ।

ମହଜୁଦ କରି ରଖିଥିଲେ ଯେତେ କୋଟି କୋଟି କଳା ଟଙ୍କା

ବନ୍ଧୁବାନ୍ଧବ ସାହି ପଡ଼ିଶାରେ କରିଦେଲେ ଭାଗ ବଣ୍ଟା ।

ଯେଉଁମାନେ କିଛି ବାଟ ନପାଇଲେ ଏଥିରୁ ନିସ୍ତାର ପାଇଁ

ବସ୍ତା ବସ୍ତା ନୋଟ ନିଆଁ ଲଗାଇଲେ କିଛି ଦେଲେ ଭସାଇ ।

ମାଓବାଦୀ ଆଉ ଆତଙ୍କବାଦୀଏ ଭୟରେ ପ୍ରମାଦ ଗଣିଲେ

ପାକିସ୍ତାନୀ ଆଉ ଚାଇନିଜ ମାନେ ତ୍ରାହି ତ୍ରାହି ଡାକ ଦେଲେ ।

ଘରଣୀଏ ଯେତେ ରଖିଥିଲେ ଟଙ୍କା ସ୍ୱାମୀଙ୍କ ଠାରୁ ଲୁଚାଇ

ଭାଳେଣି ପଡିଲା ସଭିଙ୍କ ଦୁଆରେ କେମିତି ଯିବେ ଭାଂଜଇ ।

ଯା’ ପାଖେ ଯେତେ ଥିଲା କଳା ଟଙ୍କା ସେ ସେତେ ଵିରୋଧ କଲା

ଷ୍ଟ୍ରାଇକ ଧାରଣା ନାର ବାଜି ରେ ସଂସଦ ଉଠିଲା ପଡିଲା ।

ଏଇ ମଉକାରେ ଦଲାଲ ମାନେ ହୋଇଗଲେ ପୁଣି ଜାଗ୍ରତ

କମିଶନି କରି ଟଙ୍କା ଧଳା କଲେ ବ୍ୟାଙ୍କରେ ମିଳାଇ ହାତ ।

ଏଟିଏମ ଆଗରେ ଲାଗିଗଲା ଧାଡି ସକାଳୁ ରାତି ଯାଏଁ

ଚାଷୀ ଭାଇ ପୁଣି ଅର୍ଥ ପାଇବାକୁ ବ୍ୟାଙ୍କ ଆଗରେ ଶୁଏ ।

ବିମୁଦ୍ରାକରଣ ବୋଲି ନାମ ଦେଲେ ସରକାର ଏହି ପ୍ରଥାକୁ

ଗରୀବ ମଧ୍ୟବିତ୍ତ ଆଶା କରନ୍ତି ରାମ ରାଜ୍ୟ ଆସିବ ଦେଶକୁ

ରାମ ରାଜ୍ୟ ଆସିବ ଦେଶକୁ , ରାମରାଜ୍ୟ ଆସିବ ଦେଶକୁ ।

ବାଣୀମଞ୍ଜୁଳ ଡ଼ଃ ସମୀର କୁମାର ନନ୍ଦ

ମୋଵାଇଲ ନମ୍ବର -9437218917


Rate this content
Log in