STORYMIRROR

jyotsna mayee panda

Others

3  

jyotsna mayee panda

Others

ବିକ୍ଷିପ୍ତ ମନ ର ସଂକ୍ଷିପ୍ତ ଚେତନା

ବିକ୍ଷିପ୍ତ ମନ ର ସଂକ୍ଷିପ୍ତ ଚେତନା

2 mins
291

ଦୁନିଆ ରେ ଭୋକ କେତେ ପ୍ରକାର

କାହାକୁ ପତିପତ୍ତି ର ଭୋକ

ସମ୍ମାନ ର ଭୋକ

କାହାକୁ ପ୍ରଶଂସା ର ଭୋକ

ତ କାହାକୁ ପୁଣି ଲାଳସା ରେ ଭୋକ

କାହାକୁ କାମାନ୍ଧତା ର. ଭୋକ

ତ କାହାକୁ ଖାଦ୍ୟ ର ଭୋକ ll

କିନ୍ତୁ ସେ ମୋର ନିଆରା ଭୋକ

ସେ ଭୋକ ଜନ୍ମ ଜନ୍ମନ୍ତର ର

ସେ ଭୋକ ଅପୂର୍ଣ୍ଣ ଅଚିର

ଆଉ ସେ ଭୋକ ର ଜ୍ୱଳl

ସହି ହୁଏ ନି...

ଯେତେ ବେଳେ ସେ ବିରହୀ ଜହ୍ନ କୁ ଦେଖେ

ଯେତେବେଳେ ସେ ଅଜସ୍ର ନିହାରିକା ରେ

ନିଜ ପ୍ରତିବିମ୍ବ ଟେ ଆଂକେ..

ସେ ଘନ ଅନ୍ଧାର ର ଓଢଣୀ ତଳେ

କେତେ ବିକଳ ହୋଇ ଉଠେ

ମୋର ଅଖୋଜl ଶବ୍ଦ ସମ୍ଭାର

କ୍ଷତାକ୍ତ କରିଦିଏ ମନ କୁ

ସେତେବେଳେ ଅନୁଭବ କରେ

ସେ ଝରଣା ର ଶୀତଳ ଚୁମ୍ବନ

ସେ ବିହଙ୍ଗ ର ମଧୁର ସ୍ଵନ

ଅନୁଭବ କରେ ସେ ସ୍ନିଗ୍ଧବାତାୟନ

ମୋ ସ୍ୱାଭିମାନ ର କଲମ ଟା

କେବେ ଛାଡିବାକୁ ଚାହେଁନା

ସବୁବେଳେ ଚାଲୁଥିବ ସେ ଲେଖନୀ

ଜୀବନ ର ଶେଷ ବିନ୍ଦୁ ଯାଏ..

କାରଣ ଏହା ମୋ ଜୀବନ ର

ଅନ୍ନ, ଜଳ ଆଉ ବାୟୁ

ବଂଚି ପାରିବିନି ଏହା କୁ ଛାଡି

ରହିପାରିବିନି ଆଦୌ

ମୋ ଲେଖନୀ ରେ ଭରି ଦିଏ

ମୋ ଚିନ୍ତା ଚେତନା ଭାବ କୁ

କାରଣ ମୁଁ ଜାଣିଛି ସବୁ ଲେଖନୀ

ଚିରନ୍ତନ ଆଉ ଶାଶ୍ୱତ

ସବୁ ଲେଖନୀ ସେ ଲୁହ ରେ ଅଭିଶିକ୍ତ

ସେ ଲେଖନୀ ହୋଇପାରେ

ଗୋଟେ ଚିରନ୍ତନ ପ୍ରେରଣା ର ଉତ୍ସ

ମୁଁ ଭାବେ ସବୁ ସୃଜନୀ ର ମାଲିକ

ମୋ ପାଇଁ ସେ ଭଗବାନ ଙ୍କ ସୃଷ୍ଟ

ଗୋଟେ ଗୋଟେ ପ୍ରେରଣା ର ଉତ୍ସ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍