STORYMIRROR

Suresh chandra Padhy

Others

3  

Suresh chandra Padhy

Others

ବିକାର

ବିକାର

1 min
325

ବିକାର ଅନ୍ଧକାର ମଣିଷର ମନରେ ଥାଏ 

ଏହି ଅବିଦ୍ୟା ଅଜ୍ଞାନ ମଣିଷର ସର୍ବନାଶ କରିଦିଏ।

ବିକାର ମନରେ ଷଡ ରିପୁ ଆଣି ଦିଏ 

ବିବେକ ହରାଇ ମଣିଷ ଅବିବେକି ହୋଇ ଯାଏ।

କାମ ବିକାର ମଣିଷକୁ ଅନ୍ଧ କରିଦିଏ 

କାମାନ୍ଧ ମଣିଷ ଲଜ୍ୟା ଭୟକୁ ଛାଡି 

କାମରେ ମଜି ଯାଏ।

କାମ ବିକାର କେବେ ନିନ୍ଦା ଅପମାନ

ଆଣି ଦିଏ 

କ୍ଷଣିକ ସୁଖ ପାଇଁ ମଣିଷ କାହାର ସବୁ ଲୁଟି ନିଏ।

କ୍ରୋଧ ଆସି କେବେ ନିଜକୁ ଜାଳି ଦିଏ 

କ୍ରୋଧ ଯୋଗୁ ମଣିଷ ସୁନାର ସଂସାର ଚୁନା କରିଦିଏ।

କ୍ରୋଧ ମଣିଷକୁ ଜ୍ଞାନ ଶୂନ୍ୟ କରିଦିଏ 

କ୍ରୋଧରେ ମଣିଷ ମହା ବିନାଶର

ସମ୍ମୁଖୀନ ହୋଇଯାଏ।

କ୍ରୋଧ ଦେଖେ ନାହିଁ କିଏ ବାଳକ ଅବା ଯୁବକ 

ହୋଇ ଯାଏ କ୍ରୋଧ ମଣିଷ ପାଇଁ ଘାତକ।

ଲୋଭ ବିକାର ମଣିଷକୁ ପାପ କରାଏ 

ଲୋଭି ମଣିଷର ମନରେ ସନ୍ତୋଷ ଭାବ ନ ଥାଏ।

ଲୋଭ ବିକାର କେତେ ଅନ୍ୟାୟ ଅନୀତି କରି ଦିଏ 

ଲୋଭୀ ମଣିଷ କେବେ ଧନ ଲୋଭେ

ବଧୂ ହତ୍ୟା ବି କରି ଦିଏ।

ଲୋଭ ବିକାର ଯୋଗୁ ହୁଏ କେତେ କଳା କାରବାର 

ଚୋରି ଡକୟତି କରେ ମଣିଷ ଭୁଲି ସବୁ ବିଚାର।

ମୋହ ବିକାର ମଣିଷକୁ ମାୟା ଜାଲେ ବାନ୍ଧି ଦିଏ 

ପ୍ରଭୁ ପ୍ରେମକୁ ଛାଡି ବନ୍ଧନରେ ପଡି ଯାଏ।

ମୋହର ବିକାର ମଣିଷକୁ କେତେ କଷ୍ଟ ଦିଏ 

ମୋହର ନିଦ୍ରାରେ ମଣିଷ ଶୋଇ ସବୁ ଭୁଲି ଯାଏ।

ମୋହର ବିକାର ସାଧନା ଠାରୁ ଦୂରେଇ ଦିଏ 

ମୋହରେ ପଡି ମଣିଷର ପୁନର୍ଜନ୍ମ ହୁଏ।

କେତେ ବିକାର ମନକୁ ଅଶାନ୍ତ କରିଦିଏ 

କେବେ ସେ ହିଂସା ରୂପେ ଆସି କାହାର କ୍ଷତି କରିଦିଏ।

ଜୀବ ହିଂସା ମହା ପାପ ମଣିଷ ଭୁଲିଯାଏ 

ହିଂସା ବିକାର ମଣିଷକୁ ନର୍କକୁ ବି 

ନେଇ ଯାଏ।

ବିକାରକୁ ଯୋଗୀ ମଣିଷ ସଦା ସର୍ବଦା ଜାଣିଥାଏ 

ବିକାରକୁ ଛାଡି ଭକ୍ତି ଭାବେ ଯୋଗୀ ନିଜକୁ 

ହଜାଇ ଦିଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍