STORYMIRROR

Satyabati Swain

Others

3  

Satyabati Swain

Others

ବିଜନତା

ବିଜନତା

1 min
227


ବିଜନତା !

ତୋ ରୂପ ଟାଣେ 

ମୁନୀ ଜନ

କଣ ରଖିଥାଉ ଯେ

ନିହାତି ନିଜର ଏକାନ୍ତ ମୁହୂର୍ତ୍ତରେ

ସଭିଏଁ ଲୋଡନ୍ତି ତୋତେ!


ତୋ ଭିତରେ ହଜି

ନିଜକୁ ଖୋଜିବାରେ

ଗୋଟେ ରୋମାଞ୍ଚିତ

ଜହ୍ନ ରାତି ଥାଏ

ଦାର୍ଶନିକ ହେଉ ହେଉ

କେତେବେଳେ ଜହ୍ନ ଛୁ ହୁଏ!!


ତୋ ସଙ୍ଗୀତ ବି 

ଅତି ମନ ମୁଗ୍ଧକର

ଆଖି ବୁଜି ପିଇ ହୁଏ କାନକୁ ଅଶୁଣା

ମନକୁ ଧୋଉଥିବା

ସେ ନିଆରା ଗଜଲ !!


ବିଜନତା !

ତୁ କାନ୍ତ ଶାନ୍ତ ସ୍ନିଗ୍ଧ

ନିରବ ନିର୍ବେଦ

ମୁଁ ମୁଂଗ୍ଧ ସ୍ତବ୍ଧ

ପ୍ରେମିକ ମନ ନେଇ

କିଆଁ ତୋତେ ଏତେ ଭଲ ପାଏ

ତୋ କୋଳରେ 

କିଛି କ୍ଷଣ ବିତେଇ ଦେବାରେ

ଏତେ ଆନନ୍ଦ  ଥାଏ !


ବିଜନତା !

ତୁ ଯାଦୁଗରିଣୀ

ମନ ହୃଦୟ ଚୋରଣୀ

ତୁ ସତରେ କହୁ କେତେ କଥା

ହୃଦ କାନ୍ଥରେ ବାଡେଇ ହୋଇ

ଛୁଇଁଥାଏ ନିଃଶବ୍ଦେ ମଥା

ତୋ ଭିତରେ ପ୍ରକୃତ ଜୀବନ

ସତ୍ୟ ଶିବ ସୁନ୍ଦରଙ୍କ

ପାଏ ମୁହିଁ ପତ୍ତା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍