STORYMIRROR

Bharatabandhu Biswal

Others

3  

Bharatabandhu Biswal

Others

ବିଜନତା

ବିଜନତା

1 min
208


ନୁହେଁ ମୁଁ ଈଶ୍ୱର ନତୁବା ପାଗଳ

    ମଣିଷ ମୁଁ ସାମାଜିକ

ଲାଗେନାହିଁ ଭଲ ବିଜନତା ମୋତେ

   ଏ ଆଧି କଷ୍ଟ ଦାୟକ ।


ଭଲ ଲାଗେ ମୋତେ ସମ୍ବନ୍ଧ ସମ୍ପର୍କ

     ବନ୍ଧୁ ପ୍ରିୟ ପରିଜନ

ଭଲ ଲାଗେ ପୁଣି ଭାବ ଅଭିବ୍ୟକ୍ତି

    ମଧୁ ସୁନ୍ଦର ସୃଜନ ।


ରାଗ ଅନୁରାଗେ ସନ୍ତୋଷ ବିମୁଗ୍ଧେ

    ଦେଖେ ସୁନୀଳ ଅମ୍ବରେ

ଘନ ସବୁଜିମା ନୀଳ ଉର୍ମିମାଳା

   ମନେ ମୋ ପ୍ରଶାନ୍ତି ଭରେ ।


ଚାହେଁ ନାହିଁ ମୁହିଁ ସରଗର ସୁଖ

   ଦେବ ଯୋଗ୍ୟ ଅମରତ୍ୱ

ବାରମ୍ବାର ଏହି ଧରା ପୃଷ୍ଠେ ଜନ୍ମି

   ପାଳିବି ମୁଁ ସେବା ବ୍ରତ ।


ଅତି ଆଧୁନିକ ଇଣ୍ଟରନେଟ ଯୁଗ

   ମୋବାଇଲ ମନ୍ଦ ନିଶା

ଯନ୍ତ୍ର ସହ କାଟେ ସମୟ ମଣିଷ

   ଘାରେ ରୋଗ ବିଜନତା ।


ପ୍ରାଣୀ ସାମାଜିକ ପ୍ରଜ୍ଞା ଉତ୍ତରଣେ

   ଲୋଡ଼େ ସ୍ଥାନ ନିକାଞ୍ଚନ

ସମାଜ କଲ୍ୟାଣେ ଆଚରେ ସଂଯମ

   ବୃଦ୍ଧି କରେ ବୁଦ୍ଧି ଜ୍ଞାନ ।


ଉତ୍ତର ଜୀବନେ ଲୋଡ଼ା ବିଜନତା

   ସାମୟିକ ନିୟମିତ

ମନ ଓ ଇନ୍ଦ୍ରିୟ ଚିତ୍ତ ଏକାଗ୍ରତା

    ମଣିଷ କୁ ରଖେ ସୁସ୍ଥ ।


ବେଳ ଥାଉଁ ହୁଅ ସାବଧାନ ଜନେ

   ବିଜନତା ମହାବ୍ୟାଧି

କେବଳ ନ କରୁ ଯୁବ ମାନସକୁ

  ଯୁବା ହିଁ ଅମୂଲ୍ୟ ନିଧି ।



Rate this content
Log in