ବିଜନ ସହରର ସାତଟି ସ୍କେଚ୍
ବିଜନ ସହରର ସାତଟି ସ୍କେଚ୍
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ହଳାହଳ ବିଷ
ତୁମ ସମଗ୍ର ଶରୀର ସମସ୍ତ ପାଖୁଡା
ମୁଁ ପ୍ରେମିକ ହିଁ ଶ୍ରେୟ
ଲୋଡାନାହିଁ ଯାଯାବର ଭ୍ରମରଟେ ହେବା
ପ୍ରତିକ୍ଷଣ ତୁମ ପାଶେ ବିଷ ଶୋଷି ଯିବା..!!
ବିଜନ ସହରେ
ଝୁଲୁଛି ବାଇ ଚଢେଇ ନଡରି ବତାସ
ବିଶ୍ୱାସ ଡେଣାରେ
ଯୁଦ୍ଧ ଆଉ ସନ୍ଧି ଯାହା ତୁଚ୍ଛା ବର୍ଣ୍ଣବୋଧ
ମିଛ ମାନସାଂକ ; ମିଛ ଭାଗଶେଷ..!!
ତୁମେ ବଡ ଚିତ୍ରକାର
କି ରଙ୍ଗେ ଚିତ୍ରିତ କଲ ସାରା ଦେହ ମୋର
ଦେଖ
ସବୁ ଥାଇ
ମୋ ଅନ୍ତରେ ଭରିଗଲା କେତେ ହାହାକାର..!!
ଖୋଲନା ଗୋ ପ୍ରିୟା ତବ
ମଲ୍ଲୀମାଳ କୁନ୍ତଳ ଗଭା
ଅବେଳେ ଉଠିବ ଝଡ ଭିତରେ ବାହାରେ
କୋଳାହଳ ଥାଇ
ଭୋଗିବି ଏକାନ୍ତ ନିର୍ଜନ ନିର୍ଜନ..!!
ତୁମ ବିନା
ନିଆଁ ନାହଁ ପାଣି ନାହିଁ ହୃଦୟେ ସ୍ପନ୍ଦନ ନାହିଁ
ଏ ସହର କଥା ଛାଡ
ଶୂନ୍ ଶାନ୍ ବିଜନ ବିଜନ
ମୁଁ ଆଉ ମୋର ହୋଇ ନାହିଁ..!!
ଛିଂଡି ପଡୁଛି ଆଶ୍ୱାସନା ପତ୍ର
ଅବିଶ୍ବାସ ବତାସି ଝଡରେ
ଉଡି ବୁଲଂତି ନର୍କକୀଟ ସବୁ ବାଟେ ଘାଟେ
ଈଶ୍ବର ପହଡ ଗଲେଣି କାହିଁ କେତେ ବେଳୁ
ଏବେ
ବିଜନ ସାରା ସହର:ଅଭିଶପ୍ତ ଜହର ଜହର..!!
ବରଂ ଦେଇଦିଅଂତ ମୁକ୍ତି
କୋଳାହଳ ବାକି ଜୀବନରୁ
ଲୋଡାନାହିଁ ପରିବର୍ତ୍ତିତ ଆଶୀର୍ବାଦ ତୁମ
ମେଞ୍ଚା ମେଞ୍ଚା ଶୂନ୍ୟତା ପୃଥିବୀ
ବିଧୁର ଆକାଶ
ମୋର କେଉଁ କାମ..