STORYMIRROR

Shiba Charan Mahapatra

Others

3  

Shiba Charan Mahapatra

Others

ବିଜନ ସହର ଏକ ସଂକ୍ରମିତ କବିତା

ବିଜନ ସହର ଏକ ସଂକ୍ରମିତ କବିତା

1 min
36


ନିସଙ୍ଗ ବଜାର ଖାଁ ଖାଁ ସହର 

ସଟଡାଉନ୍ 

ଭୋକ-ଭେକ-ଭିକ ଆଉ ସ୍ୱପ୍ନ 

କିନ୍ତୁ 

ଓଠ ଧାରେ ଦେଖ ବଜାଏ ଯେ ବଂଶୀ 

ବିରହ ଝଙ୍କାର ଅବା ଆତଙ୍କ ଶୃଙ୍ଗାର

ଜାଣିଛ କି କେହି..!?


ଜାଣିଛ କି କେହି

ଅବେଳେ 

ଓହ୍ଲାଇ ଦିଏ କେ ସାରା ଅଙ୍ଗବାସ

କୋଳାହଳ କମ୍ପିତ ଦେହରୁ

ପୋଛିନେଇ ବଳକା ଆୟୁଷ..!!


ଅବେଳେ ଖସାଇଦିଏ ବିଜୁଳି

ନିଶ୍ୱାସ ଝଡରେ

ଲେଖିଦେଇ କାହାଣୀ 

"ସ୍ୱପ୍ନଭଙ୍ଗ ପର୍ବ "

ଏବେ ଆପଣା ଇଛାରେ ଭୋଗ ସଙ୍ଗରୋଦ୍ଧ 

ବଳକା ଜୀବନ..!!


ଜାଣିଛ କି କେହି..!?


ମାଗିନେଇ ଅଭିଶାପ ପ୍ରିୟ ପଣତରୁ ; 

ପିଇଦେଲା କେ 

ଧାପେ ବିଷଯୁକ୍ତ ମହୁଲି ନିଶା ;

ନିଶାସକ୍ତ ହେଲା ଏକାନ୍ତ ଗୋପନେ..!?


ଓଠରେ ଅମୃତ 

ହୃଦୟରେ ମହଣେ ମୃତ୍ୟୁ ଭୟ ଚାଖି 

ବଞ୍ଚୁଥିଲା

ପ୍ରତିକ୍ଷଣ ମରି ;

କଣ ଜିଇଁବା କଳା ଟିକକ ଜଣା ଥିଲା ତାକୁ..!?


ବୋଧହୁଏ 

ତାର ହୃଦୟ ବିଶାଳ 

ପ୍ରେମ ଅଥଳ ଗଭୀର ଘନ ଘନନୀଳ ;

ସେ ସମୁଦ୍ର ,ପ୍ରେମିକ ନା ନିର୍ଜନ ସହର..!?

ଜାଣିଛ କି କେହି..!?


କିନ୍ତୁ 

ଫୁଲ ଜାଣେ ପତ୍ର ଜାଣେ ବିଷକୀଟ ଜାଣେ

ସେ ହିଁ ତ ପାରେ

ବିଜନେ ବଞ୍ଚିବା 

ଗୋଟାପଣେ ଜାବୁଡି ଆକାଶେ ହାହାକାର..!!


ସେ ହିଁ ତ ପାରେ

ନିର୍ଜନତା ସାତ ସିନ୍ଧୁ ଡେଇଁ 

ଶୁଖିଲା ସଡକ ନିର୍ଜୀବ ଚଟାଣ 

ଶବ୍ଦହୀନ ଜୀବ ଛାତିରେ 

ଆଙ୍କିବାକୁ 

ପ୍ରେମ ରକ୍ତକଇଁ..!!


ହୋଇପାରେ 

ଆଜିର ଏକଲାପଣ

ଶୂନ୍ୟ ମହାଶୂନ୍ୟ କଷ୍ଟପ୍ରଦ ଭାରି

କିନ୍ତୁ 

ଏକାକିତ୍ୱ ରଙ୍ଗ ବୋଳି ଯେ

ଯୁଦ୍ଧ ଭେଦ କରେ 

ଚହଲା ସ୍ମୃତିରେ;କଳ୍ପିତ ସ୍ୱପ୍ନରେ

ଭୋଗୁଥାଏ ଆଜି

ସଂକ୍ରମିତ ଗୀତି କବିତାଟେ

ପ୍ରେମ ବୀଜଙ୍କୁର ଦୃଶ୍ୟ ହେବା ଯାଏଁ 

ଜିଉଁଥାଏ 

ଅଭିଶପ୍ତ ପାଷାଣୀ ଜୀବନ

ହଳାହଳ ଅନ୍ଧାର ଗର୍ଭରେ

ସେ ହିଁ ତ ପାରେ

ସମ୍ଭାବନା ଦୀପ ଜାଳିବାକୁ 

ମୃତପ୍ରାୟ ବିଜନ ସହରେ..!!


Rate this content
Log in