ବୀର ପ୍ରସବିନୀ ମାଆ
ବୀର ପ୍ରସବିନୀ ମାଆ
1 min
99
ବୀର ପ୍ରସବିନୀ ଭାରତ ଜନନୀ
ଧରିଛି ଆମକୁ କୋଳେ
ବିପଦେ ଆପଦେ ସାହା ହୁଏ କେତେ
ନିଜର ଶକତି ବଳେ।
ସତ୍ୟ ଅହିଂସାର ଶିଖାଇଛି ବାଣୀ
ଅନେକ ଯତନ କରି
ଭାତୃତ୍ବ ଭାବର ଭାବ ଦେଇ ଦାନ
ଦୁଃଖକୁ ନେଇଛି ହରି।
ମନରୁ ଆମର ଭୟକୁ ହରଣ
କରି, କରିଅଛି ଦମ୍ଭ
ଆମେ ଅଟୁ ତା'ର ମାନବ ଶୃଙ୍ଖଳ
ଏକରୁ ଆରେକ ଖମ୍ବ।
ଜୀବ ଦେଇ ଜାଣୁ ଜୀବ ନେଇ ଜାଣୁ
ହାରିବା ଜାତକେ ନାହିଁ
ଇତିହାସ ସାକ୍ଷୀ ମହାଜନେ ଲେଖି
ବୀର ଆମ ସରି କାହିଁ?
