STORYMIRROR

jagabandhu sahu

Others

3  

jagabandhu sahu

Others

ବିହଙ୍ଗ ବିପ୍ଲବ

ବିହଙ୍ଗ ବିପ୍ଲବ

1 min
141

ବିପଥଗାମୀ ଏ ମଣିଷ ସମାଜ

  ଟେକ୍ନୋଲଜି ଆଢୁଆଳେ

ବିପଦ ଘେରରେ ବିହଙ୍ଗ ପ୍ରଜାତି 

  ମଣିଷର ସ୍ୱାର୍ଥ ଜ୍ୱାଳେ 


ନେଟୱାର୍କ ରେଡିସନ୍ ବଢି ବଢି 

  ଖାଦ୍ୟ ହୁଅଇ ବିଷାକ୍ତ

ଉଡିବା ବିହଙ୍ଗ କ୍ଷଣକେ ମରନ୍ତି

   ହୋଇଣ କ୍ଷତ-ବିକ୍ଷତ


ପ୍ରଥମେ ଭାଙ୍ଗିଲେ ବସାଘର ତାର

   ଜଙ୍ଗଲକୁ କରି ନଷ୍ଟ

ଆହାର ଛଡାଇ ବିହଙ୍ଗ ମାନଙ୍କ

   ବଞ୍ଚିବା କଲେଣି କଷ୍ଟ


ବିହଙ୍ଗ ଆଣିଲେ ବିପ୍ଲବର ସ୍ୱର

  ହେବା ସର୍ବେ କ୍ଷତିଗ୍ରସ୍ତ

ଧରଣୀରୁ ଧିରେ ମଣିଷ ମାନଙ୍କ

  ଲିଭିଯିବ ଯେ ଅସ୍ତିତ୍ୱ


ସବୁରି ଜୀବନ  ଅମୂଲ୍ୟ ସମ୍ପଦ 

  ଏଇ ଧରଣୀର କୋଳେ

ଯଦିଓ ବିହଙ୍ଗ   ଆଣନ୍ତି ବିପ୍ଳବ

  ଭୋଗିବା କଷ୍ଟ ସକଳେ



Rate this content
Log in