ବିଘ୍ନ ବିନାଶନ
ବିଘ୍ନ ବିନାଶନ
ଆହେ ଗଜାନନ ଗଉରୀ ନନ୍ଦନ
ଅଗ୍ରପୂଜ୍ୟ ଗଣେଶ
ଗଣଦୈତକୁ ଯେ କରିଲ ସଂହାର
ଦୁଃଖ କଲ ଉଶ୍ବାସ ।
ଆଗମନେ ତୁମ ଦୂର ହୁଏ ବିଘ୍ନ
ତୁମେ କୃପା ନିଧାନ
ଧୂମ୍ରକେତୁ ନାମେ କଳିଯୁଗେ ତୁମେ
ହୋଇଛ ଅବତୀର୍ଣ୍ଣ ।
ଭ୍ରାଦ୍ରମାସ ଶୁକ୍ଳ ଚତୁର୍ଥୀ ତିଥିରେ
ଜନମିଲ ହେ ଦେବ
ହୃଦୟ ଭକ୍ତିରେ ପୂଜିଲେ ତୁମକୁ
ବିଦ୍ୟାବୁଦ୍ଧି ଅର୍ଜିବ ।
ଆସିଲେ ତୁମେତ ହରଷ ଖେଳଇ
ସବୁ ପିଲାଙ୍କ ମେଳେ
ନୂଆ ଜାମା ପିନ୍ଧି ବହି ସବୁ ବାନ୍ଧି
ଉଭା ହୁଅନ୍ତି କଲ୍ଲୋଳେ ।
ତୁମେ ବିଦ୍ୟା ଦାତା ବିଦ୍ୟାର୍ଥୀ ବିଧାତା
ହେ ବିଘ୍ନ ବିନାଶନ
ଭକ୍ତି ଦିଅ ପ୍ରଭୁ ଚରଣେ ତୁମର
କରେ ତୁମ ବନ୍ଦନ ।