STORYMIRROR

Sadananda Sahoo

Others

3  

Sadananda Sahoo

Others

ବିଘ୍ନ ବିନାଶକ ଜୟ ଶ୍ରୀ ଗଣେଶ

ବିଘ୍ନ ବିନାଶକ ଜୟ ଶ୍ରୀ ଗଣେଶ

1 min
438


ଭାଦ୍ର ଶୁକ୍ଳପକ୍ଷ ଚତୁର୍ଥୀ ଦିବସ 

   ଲଗନ ମାହେନ୍ଦ୍ର ବେଳା , 

ପ୍ରଭୁ ଗଜାନନ ଚିର ପୂଜ୍ୟସ୍ପଦ 

  ମର୍ତ୍ତ୍ୟପୁରେ ଲୀଳାଖେଳା ! ! 


ପ୍ରଭୁଙ୍କ ମହିମା ଶ୍ରୀଗଣେଷ ପୂଜା 

   ଉତ୍ସବ ମୁଖର  ମର୍ତ୍ତ୍ୟ  , 

ପୁରପଲ୍ଲୀ ଅବା ସହର ବଜାର 

  ସବୁଠାରେ  ପ୍ରଭୁ ପ୍ରୀତ ! ! 


ଵିଦ୍ୟାବୁଦ୍ଧି ଦାତା ଦଇବ ବିଧାତା 

    ବିଘ୍ନ ବିନାଶକ ପ୍ରଭୁ , 

ଶିକ୍ଷାର ଆଧାର ପାର୍ବତୀ ସୁପୁତ୍ର 

  କୋଟି ପ୍ରଣିପାତ ବିଭୁ ! ! 


ଗଉରୀ ନନ୍ଦନ ଆହେ ଗଜାନନ 

  ମାତୃସ୍ନେହୀଁ   ଗଣପତି , 

ମାତାଙ୍କ ଆଦେଶ ପାଳିଥିଲ ସତ୍ୟ 

  ସଂକଟେ ନକରି ଚୁକ୍ତି  ! ! 


ପିତା ଶିବଶମ୍ଭୁ ଜଟାଧାରୀ ବିଭୁ  

   ଅଜ୍ଞାତେ ରଚିଲେ ଯୁଦ୍ଧ , 

ମଥା କଟିଗଲା ବଚନ ରହିଲା 

   ବିନାୟକ ତୁମ୍ଭେ ସିଦ୍ଧ ! ! 


ମାତାଙ୍କ ସଦିଚ୍ଛା ପିତାଙ୍କର କୃପା 

    ଗଜନାନ ରୂପରେଖ, 

ଆହାକି ବିଚିତ୍ର ଜୀବନ ବୃତ୍ତାନ୍ତ 

   ଦୃଶ୍ୟପଟେ  ହସ୍ତୀମୁଖ ! ! 


 ବୁଦ୍ଧିପରୀକ୍ଷାରେ ପିତାପ୍ରୀତ ହେଲେ 

     ଜୟ ଗଜାନନ ଜୟ , 

ବ୍ରହ୍ମାଣ୍ଡ ଠାକୁର  ପିତା ଅଧୀଶ୍ଵର , 

   ତୁମ୍ଭ ପରିକ୍ରମା ଶ୍ରେୟ ! ! 


ଭ୍ରାତା କାର୍ତ୍ତିକେୟ ଭ୍ରମରେ ଭ୍ରମିତ 

    ହେଲା ତାଙ୍କ ପରାଜୟ , 

ହଂସ ବାହନଟା ଯାତନା ପାଇଲା 

   ମୂଷିକ ବାହନ ଶ୍ରେୟ ! ! 


ମହାଦେବ ପିତା ଆଶିଷ ବାରତା 

    ସମର୍ପିଲେ ପ୍ରୀତ ହୋଇ  , 

ବିଦ୍ୟାଦାତାରୂପେ ଶିକ୍ଷାନିଳୟରେ  

    ରହିବୁ ଗଣେଶ ଯାଇ ! ! 

     

ତ୍ରିପୁରରେ ପୂଜା ପାଇବୁ ସର୍ଵଦା 

   ସର୍ବାଗ୍ରେ ଗଣେଷ ତୁହି , 

ମାଙ୍ଗଳିକ କାର୍ଯ୍ୟେ ବନ୍ଦାପନାଆଗେ 

    କଳସୀ ବସିବ ରହି ! ! 


ବିପଦେ ଆପଦେ ଭକ୍ତ ସୁମରିଲେ 

    ସହାୟ ହୋଇବୁ ପୁତ୍ର , 

ବିଘ୍ନ ବିନାଶକ ନାମ ବୋଲାଇବୁ 

    ଭାସମାନ ହେଵଚିତ୍ର ! ! 


ହେ'ପ୍ରଭୁ ଗଣେଶ ବିଦ୍ୟାଦାତା ଶ୍ରେଷ୍ଠ 

    ନଇଁପଡେ ଆପେ ମଥା , 

ମୁଁ' ଅଜ୍ଞାନ କବି ବଖାଣିଛି ଭାବି 

    ତୁମ୍ଭରି ମହିମା ଗାଥା ! ! 



Rate this content
Log in