Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

rasmi maye pati

Others

3  

rasmi maye pati

Others

ବିଘ୍ନ ବିନାଶ ହେ ବିଘ୍ନ ବିନାଶକ

ବିଘ୍ନ ବିନାଶ ହେ ବିଘ୍ନ ବିନାଶକ

1 min
5



ଶଙ୍ଖ ଘଣ୍ଟା ସୁର କମି ତ ଯାଇଛି

  ମନ୍ତ୍ର ଶ୍ଲୋକ ଆଉ ଶୁଭୁନି 

ଅରୁଆ ଚାଉଳ ଫୁଲ ବରଷୁନି 

 ଆଗ ପରି ଆଉ ଲାଗୁନି ୧

ବିଘ୍ନମୟ ଆଜି ସଂସାରଟା ପରା

  କୋଉ ବିଘ୍ନ ପ୍ରଭୂ ନା ଶିବ 

ଅଜ୍ଞାନ ଅନ୍ଧାରେ ଦେଶ ଉବୁଟୁବୁ 

  କେତେ ଜ୍ଞାନ ପ୍ରଭୂ ବାଣ୍ଟିଵ ୨

ଶାସ୍ତ୍ର ଜ୍ଞାନ ଆଜି ବିଲୁପ୍ତ ହୋଇଛି

 ମାତୃଭାଷା ଜ୍ଞାନ କମିଲା

 ଓଠକୁ ବଙ୍କେଇ ଆଜି କାଲି ପିଲା

  ଇଂରାଜୀ ହିନ୍ଦୀରେ ଭାସିଲା ୩ 

ଶ୍ଲୋକ ଉଚ୍ଚାରଣ ସାର୍ମଥ୍ୟ ବାହାରେ

 କାଲା ଆଗେ ଚୋବା ମୂଳା

ୟା ୟା କହି ସବୁ ବୁଝି ଯାଆନ୍ତି 

 ଆମ ଆଧୁନିକ ଯୁଗ ପିଲା ୪

ଏଇ ମାନେ ଆମ ଦେଶ ଭବିଷ୍ୟତ 

 ଭାବିଲେ ଲାଗୁଚି ଦୁଃଖ

 ଜ୍ଞାନର ଉଦୟ କରିବ କି ପ୍ରଭୂ

  ଆହେ ବିଘ୍ନ ବିନାଶକ ୫

ଜ୍ଞାନ ଅଟେ ପରା ପ୍ରମୁଖ ସମ୍ପଦ

 ତହୁଁ ମିଳେ ଶାନ୍ତି ସୁଖ

ସହାୟ ହୁଅ ହେ ପ୍ରଭୁ ଜ୍ଞାନଦାତା

 ପିଲାଙ୍କୁ ଦେଖା ଆଲୋକ ୬



Rate this content
Log in