STORYMIRROR

jagabandhu sahu

Others

3  

jagabandhu sahu

Others

ବିଦାୟ ବେଳର ସ୍ମୃତି

ବିଦାୟ ବେଳର ସ୍ମୃତି

1 min
352

ବିଦାୟ ବେଳାର ସେ କିଛି ମୂହୁର୍ତ୍ତ

    ମନେ ପଡୁଅଛି ନିତି

ସବୁଦିନ ପାଇଁ ହୃଦୟେ ମୋହରି

   ହୋଇ ରହିବ ଯେ ସ୍ମୃତି ।


ଛାତ୍ରଙ୍କ ଭିତରେ  ସବୁଠୁ ଯେ ମୁହିଁ

    ଥିଲି ଯେ ତୁମରି ପ୍ରିୟ

ଯିବା ସମୟରେ ହେ ଗୁରୁଜୀ ମୋର

   ଶୁଭାଶିଷ ଦେଇ ଯାଅ ।


ଜଗୁ ଜଗୁ ବୋଲି ଡାକୁଥିଲ ମୋତେ

    ଦେଉଥିଲ ଶ୍ରଦ୍ଧା ସ୍ନେହ

ତେଣୁ ଭାସି ଆସେ ପ୍ରତି ମୂହୁର୍ତ୍ତରେ 

    ତୁମରି ସେ ଚିହ୍ନା ମୁହଁ ।


ତୁମଠୁ ଶିଖିଛି  କେତେ କଥା ମୁହିଁ

     ପାଇଛି ଶିକ୍ଷାର ଦାନ

ତେଣୁ ମୋ ପାଇଁ ହେ ଗୁରୁଜୀ ତୁମେ

     ଅଟଯେ ତୁମେ ମହାନ ।


ଗୁରୁ ଦକ୍ଷିଣାରେ ଦେବା ପାଇଁ ଆଜି

    ମୋ ପାଖରେ କିଛି ନାହିଁ

ଦେଇଥିବା ଜ୍ଞାନୁ କେତେଗୋଟି ଶଦ୍ଦ

     ସାଉଁଟୁଛି ତୁମ ପାଇଁ ।


ଚିର ସ୍ମରଣୀୟ   ହେଉ ଏ ଦିବସ

   ଆମେ ଦୁହିଁଙ୍କ ଯେ ପାଇଁ

ମଥାନତ କରି   ପ୍ରଣିପାତ କରେ

   ଦୋଷ ମୋ ଧରିବ ନାହିଁ।


ବିଦାୟ ଦେଉଛୁ  ଏହି ବିଦ୍ଯାଳୟୁ

    ଦୁଃଖକୁ ହୃଦୟେ ଚାପି

ସବୁଦିନ ପାଇଁ   ଅଭୁଲା ରହିବ 

     ବିଦାୟ ବେଳର ସ୍ମୃତି ।


రచనకు రేటింగ్ ఇవ్వండి
లాగిన్

More oriya poem from jagabandhu sahu

Lass of money

Lass of money

1 min చదవండి

Happy break U...

Happy break U...

1 min చదవండి

Happy Missing...

Happy Missing...

1 min చదవండి

Happy Confess...

Happy Confess...

1 min చదవండి

Happy Flirtin...

Happy Flirtin...

1 min చదవండి

Happy Perfume...

Happy Perfume...

1 min చదవండి

Happy Kick Da...

Happy Kick Da...

1 min చదవండి

Happy Slap Da...

Happy Slap Da...

1 min చదవండి

Happy Valenti...

Happy Valenti...

1 min చదవండి

Happy Kiss Da...

Happy Kiss Da...

1 min చదవండి