STORYMIRROR

Suresh chandra Rath

Others

3  

Suresh chandra Rath

Others

ବିଚିତ୍ର ଦୁନିଆଁ

ବିଚିତ୍ର ଦୁନିଆଁ

1 min
114

ଆଜି ଯେ ରାଜ ସିଂହାସନେ ବସେ

   କାଲି ନିପଟ କାଙ୍ଗାଳ

ଆଜି ଯେ ଶ୍ରେଷ୍ଠ କ୍ରୀଡାବିତ୍ ସାଜେ

   କାଲି ଧରେ ଭିକ୍ଷାଥାଳ

ଆଜି ଯେ ଅଟେ ବିଜ୍ଞ ସୁଧୀ ଜନ

   କାଲି ନ ଥିଲା ପାଣ୍ଡିତ୍ୟ

କାଲିର ଚୋର ଖଣ୍ଟ ତସ୍କର

   ଏବେ ଦେଖାଏ ଗର୍ବ ଓ ଔଦ୍ଧତ୍ୟ

ଯେଉଁ ନର ଜାଣେ ନାହିଁ ଶିକ୍ଷା ,ସଂସ୍କାର

   ଓଜସ୍ବିନୀ ଭାଷଣ ଦିଅଇ ସତ୍ବର

କି କହିବା ମୁଖାପିନ୍ଧା ମାନବର କଥା

   ସମାଜ ପାଇଁ ନରାଧମ ହୋଇଥାନ୍ତି ବ୍ୟଥା

ଅର୍ଥବଳ ଲୋକବଳ ଆଜିର ସାମର୍ଥ୍ୟ

   ଧର୍ମ ,ଜ୍ଞାନ,ନୀତି ସବୁ ହୋଇଅଛି ବ୍ୟର୍ଥ

ଦେବାଳୟ ମଧ୍ୟେ ପଶି ଲୁଟିଲେଣି ମୂର୍ତ୍ତୀ

   ଜୀବନ କଳୁଷ ହୁଏ ଶୁଣି ତାଙ୍କ କୀର୍ତ୍ତି

ତ୍ରାହି ତ୍ରାହି ଜଗନ୍ନାଥ ତ୍ରାହି କର ପରମଇଶ୍ବର

   ବାରହାତ ଖଣ୍ଡା ଧରି ପାପୀଜନେ କର ହେ ସଂହାର

ଧର୍ମ ନ୍ୟାୟ ସତ୍ୟ ପଥେ ଚଳାଅ ଜଗତ

   ତୁମେ ପରା ପରଂବ୍ରହ୍ମ ,ପଦେ ତୋର କୋଟି ଦଣ୍ଡବତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍