STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ବିଚିତ୍ର ବର୍ଣ୍ଣା

ବିଚିତ୍ର ବର୍ଣ୍ଣା

1 min
203

ସମାଜ ଭିତରେ

ମଣିଷ କେବଳ 

ଚିନ୍ତା ଚେତନାର ଉତ୍ସ

ଆଉ ପଶୁ,ପକ୍ଷୀ,

ସରିସୃପ ଯେତେ

ନିର୍ବୋଧ ପ୍ରାଣୀ ଜଗତ ।।

ସେ ଅଦୃଷ୍ଟ ଶକ୍ତି

ଅତିବ ବିଚିତ୍ର

ଭୂମି,ଭୂମା, ଚରାଚର

ଗଗନେ ଅନେକ 

ବୈଚିତ୍ରା ଭାବ 

ଧନ୍ୟ ସେହି କଳାକାର ।।

ଅତି ଚମତ୍କାର

ପ୍ରକାରେ ପ୍ରକାର

ଭିନ୍ନେ ଭିନ୍ନ ସାଜିଦେଇ

ବିଚିତ୍ର ବ୍ରହ୍ମାଣ୍ଡ

ସରଜି ଦେଇଛ

ଧନ୍ୟ ବ୍ରହ୍ମାଣ୍ଡ ଗୋସାଇଁ ।।

ଜୀବନ,ପବନ,

ପାବକ,ଭୂଧର,

ଦ୍ରୁମ,ଗୁଳ୍ମ,ତରୁ,ଲତା

ପ୍ରାଣୀର ଆଧାର

ଖଞ୍ଜି ଦେଇଅଛ

ତୁମେ ତ ବିଶ୍ଵ ନିୟନ୍ତା ।।

ଦିବା,ନିସି,ବାର,

ଶୁକ୍ଳ, କୃଷ୍ଣ ପକ୍ଷ,

ମାସ,ଋତୁକୁ ସଜାଇ

ଅତିବ ମଧୂର

କର ଇଚ୍ଛାମୟ 

ତୁମେ ଏ ଭରତ ଭୂଇଁ ।।

ତୁମ ଅବଦାନ

ଦାନ ମହାନତା

ସ୍ଵର୍ଗୀୟ ଅନୁଭବ

ଅମୃତ ମୟ

କରିଛି ଜୀବନ

ତୁମେ ତେଣୁ ବାଞ୍ଚ୍ଛାକଳ୍ପ ।।

ହେ ଦୟା ସାଗର

ନକରିବ ପର

ପ୍ରଫୁଲ୍ଲ ଫୁଲ ଅଞ୍ଜଳି

ଘେନ ଦୟାମୟ

ବିଚିତ୍ର ବର୍ଣ୍ଣା 

ଶୁଣ ଦୀନ, ଦୁଃଖୀ ଅଳି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍