STORYMIRROR

SUKANTA KHANDA

Others

3  

SUKANTA KHANDA

Others

ବିଚ୍ଛେଦ

ବିଚ୍ଛେଦ

1 min
187

ହୃଦୟ ଭିତରେ ଅହଙ୍କାର ଯଦି

ବସା ବାନ୍ଧି ଦେଲା ଆସି

କାହାକୁ ଶୁଭରେ ଦୃଷ୍ଟି ନ ପକାଇ

ଯିବାକୁ ଦେବନି ଖସି।


ତାର ପାଖେ ବାପା ମାଆ ଅବା ପତ୍ନୀ

ପୁତ୍ର କନ୍ଯା ଯିଏ ହେଉ

ନୀଚ୍ଚତାକୁ ଧରି ଶୟନେ ସପନେ

ଦେଖାଏ ନିଜସ୍ବ ଭାଉ।


ଘରର ଭିତରେ ଅଶାନ୍ତି ବଢି଼ଲେ

କେହି କି ପାଇବେ ଭଲ

ଦୂରକୁ ପଳାଇ ମୁହଁ ଛିଞ୍ଛାଡି଼ବେ

କିଏ ବା କରିବେ ଗେଲ ।


ସମୟ ସୁଅରେ ଅଲାଜୁକ ପରି

ସଭିଙ୍କଠୁ ହିଁ ବିଚ୍ଛେଦ

ଭାବିବ ନିଶ୍ଚିନ୍ତ ଉଚିତ ହିଁ କଲି

ପକେଇ ଦେଇଛି ଗଦ ।


ଧୀରେଧିରେ ଯେବେ ସଚେତନ ହେବ

ଭାବିବ ଯାଇଛି ସବୁ

ବିଚ୍ଛେଦ ହେବାରୁ ଦୁଃଖ ଆପଣେଇ

ଡାକିବ ରଖ ହେ ବିଭୁ।

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍