Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Others

4  

Bijay Prusty

Others

ବିବର୍ଣ୍ଣ ଶରତ

ବିବର୍ଣ୍ଣ ଶରତ

1 min
423


ବଦଳି ଯାଇଛି ଋତୁର ପ୍ରକୃତି

ଶରତ ଲଗାଏ ନିଆଁ

ଅସହ୍ୟ ଲାଗୁଛି ଗୁଳୁଗୁଳି ଦେହ

ଖୋଜୁଛି ଶୀତଳ ଛୁଆଁ I


ଆଶ୍ୱିନର ତାତି ଜଗାଉଛି ଭୀତି

ଜଳୁଛି ମାଟିର ଦେହ

ସବୁଜ କ୍ଷେତର ଶ୍ୟାମଳିମା ଖୋଜେ

ଆକାଶ ଆଖିର ଲୁହ I


କାଶତଣ୍ଡୀ ମୁଖ ମଳିନ ଦିଶୁଛି

ପବନ କହୁନି କଥା

ଅଳସୀ ନଈର ଧାର ଶୁଖି ଆସେ

ହୃଦୟରେ ଭରା ବ୍ୟଥା I


ସପନ ହଜିଛି ଆଖିତଳୁ ଆଜି

ପ୍ରକୃତି ଖେଳୁଛି ଖେଳ

ଅବସ ମନରେ ବିବସ କାହାଣୀ

ହସିଲାଣି ମହାକାଳ I



Rate this content
Log in