ବିବାହ
ବିବାହ
ଦିନ ପରେ ରାତି, ରାତି ପରେ ଦିନ,
ସୃଷ୍ଟିରେ ଯେମିତି ଗଢ଼ିଛି ବିହି .
ସେମିତି ଗଢ଼ିଛି ଏଠି ବିବାହ ବନ୍ଧନ,
ସଂସାର ରଥ ଟାଣିବା ପାଇଁ ।
ସୁଖ ଅବା ଦୁଃଖ, ଦୁଃଖ ଅବା ସୁଖ,
ଯେମିତି ଆସନ୍ତି ଜୀବନେ ଦୁହେଁ.
ସାମାନ୍ୟ ବିପଦେ ଭାଙ୍ଗିଯିବା ନାହିଁ,
ବିଧିର ବିଧାନ ଏ କଥାଟିକୁ କୁହେ ।
ଏକ ମନ ସହ ଆର ମନଟିଏ,
ମିଳନେ ରଚିଲେ ପ୍ରଣୟ ଗୀତି.
ସୃଜନର ନୂଆ କଢିଟିଏ ଖେଳେ,
ପରିଚୟ ପାଏ ସୃଷ୍ଟିର ପରାଏ ନୀତି ।
ଯୁଗ ପରେ ଯୁଗ ବିତି ଚାଲି ଯାଏ,
ହେଲେ ବଦଳିନି ଏ ସଂସ୍କୃତି.
ତଥାପି କାହିଁକି ଯୌତୁକ ନିଆଁରେ,
ଜଳି ନବବଧୂ ଦେଇଥାଏ ଆହୁତି ।
ସାମାନ୍ୟ କେଇଟା ଟଙ୍କାର ଲୋଭରେ,
ପୁରୁଷଟା ବିକେ ତାର ମହାନ ପୁରୁଷାର୍ଥ.
ମାନ ସଂମ୍ମାନକୁ ସବୁ ବଜାରେ ବିକଇ,
କରି ନିଜ ନିଜର ଚରିତ୍ରକୁ ନୀଚ କଦାର୍ଥ ।
ଜହ୍ନ ପରେ ଆଜି ପାଦ ଦେଲାପରେ,
ବଦଳିନି ମଣିଷେ ପଶୁତ୍ୱର ଯେତେ ଗୁଣ .
ଅତି ଲୋଭ କରି ତଣ୍ଟି ଯେ କଟିବ,
କହୁଛି ଏକଥା ମନ ଦେଇ ଟିକେ ଶୁଣ ।
ବିବାହ ପରାଏ ପବିତ୍ର ବନ୍ଧନ,
ଆସ ସଭିଏଁ ତାକୁ ସମ୍ମାନ ଦେବା .
ସାତ ଜନମକୁ କଥା ଦେଇ ଆମେ,
ଆମ ଲାଗି ପବିତ୍ର ଘରଟିଏ ଗଢିବା ।