STORYMIRROR

ସନାତନ ଦାସ

Others

2  

ସନାତନ ଦାସ

Others

ବିବାହ

ବିବାହ

1 min
169

ବିବାହ!!

ଦୁଇ ମନ ଦୁଇ ଆତ୍ମା ର ମିଳନ,

ପରସ୍ପର ଠାରୁ ଭିନ୍ନ ଇଚ୍ଛା 

ଆଉ ଚିନ୍ତାଧାରା ର ମିଳନ!!


ହାତ ଗଣ୍ଠିରେ ମିଶି ଯାଇ ଏକ ହୋଇଯାଆନ୍ତି,

ଦୁଇଟି ପରସ୍ପର ଭିନ୍ନ ମଣିଷ!!


ସାତ ଜନ୍ମ ପାଇଁ କଥା ରୁହେ,

ସାଥୀ ହେବାପାଇଁ ,

ସେଇ ବିବାହର କୁହୁକ ବେଳାରେ!!


ପବିତ୍ର ମିଳନ ସେ ବିବାହ,

ଦୁଇ ମନ ଦୁଇ ଦେହ ର,

ଜନ୍ମ ଜନ୍ମର, ଯୁଗ ଯୁଗ ର।।


ବାହି ନେବାକୁ ସଂସାର ନୌକା,

ଆହୁଲା ଧରି,

ବିବାହର ତରୀ ରେ ଜୀବନ ନଇରେ

ଅବିରତ ଚାଲିବା ପାଇଁ ପରସ୍ପରକୁ

ସାହାରା ଦେବା ହିଁ,

ବିବାହର ସମ୍ବିଧାନ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍