STORYMIRROR

Kalyani Nanda

Others

3  

Kalyani Nanda

Others

‌ବିବାହ ବନ୍ଧନ

‌ବିବାହ ବନ୍ଧନ

1 min
223

ବିଧିର ବିଧାନ,

ବିହି ଲେଖି ଦିଏ,

ଦୁଇଟି ମନର ମିଳନ,

ଏକ ପବିତ୍ର ବନ୍ଧନେ,

ବାନ୍ଧି ହୋଇ ଗଢନ୍ତି ସଂସାର,

ବରବଧୂ ନବ ନବ ।


ବାରଣ ଶିିିରେ ଚରଣ ଥାପି,

ଏକ ପରିବାର ତ୍ୟାଗ କରି,

ଆନ ପରିବାରେ ନିଜକୁ ସଜାଡି,

ଏକ ନୂତନ ସଂସାର ଗଢ଼ି,

କନ୍ୟା ରୁ ବଧୂ ପାଲଟି,

ହୁଏ ଜାୟା,ଜନନୀ,

ଶତ ବାଧା ବିଘ୍ନ ର ଏରୁୁଣ୍ଡି ଡେଇଁ ।


ହସ ଧାରେ ଓଠେ ନେଇ,

ସକଳ ପୀଡା,ଯାତନା ଭୋଗି,

ଦୃଢ ସଙ୍କଳ୍ପ ନିିଏ ସେ ସଂସାର ପାଇଁ,

ବଢି ଚାଲେ ସେ ନାରୀ ମହୀୟସୀ,

ପବିତ୍ର ହୃଦୟେ ବିବାହ ବନ୍ଧନରେ ବାନ୍ଧି ହୋଇ,

କର୍ମ, କର୍ତ୍ତବ୍ୟ କୁ ପାଥେୟ କରି,

ସଂସାର ରଥ ନିଏ ଗଡାଇ ।


          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍