ଭୂଷଣ ଛାଡ଼ିକି ଦୂଷଣ ହେଉଛୁ
ଭୂଷଣ ଛାଡ଼ିକି ଦୂଷଣ ହେଉଛୁ
ଭୂଷଣ ଛାଡ଼ିକି ଦୂଷଣ ହେଉଛୁ
କପଟ ଆଚରି ହେଳେ
ଭାବୁଛୁ ପଛରୁ ଛୁରୀକୁ ଭୂଷିବୁ
ଲଗାଇ ବନ୍ଧୁକୁ ଗଳେ !
ପାଜିଙ୍କ ବେଭାର କାଜିଙ୍କୁ ଗୋଚର
ଦଣ୍ଡକୁ ସାବାଡ଼ ଭଣ୍ଡ
ବିଜ୍ଞର ଆଳରେ ଅଜ୍ଞର ଖେଳଟା
ଚିହ୍ନାକୁ ମୂରୁଖଗଣ୍ଡ !
ଦିନରେ ଲଣ୍ଠନ ଦେଖାଇ କାହାକୁ
ସୁବିଧା କରିବୁ କାବୁ
ମସୁଧା ମନରେ ସେମିତି ମରିବ
ଝଡ଼େଇ ହେବନି ଡାବୁ !
ବଜ୍ଜାତ ଗୁରୁର ଚେଲାକୁ ସାଜିଛୁ
ପୁଣ୍ୟକୁ ମିଳୁନି ଏତେ
ବିବେକ କଥାକୁ ଟିକିଏ ମାନିନୁ
ପାପକୁ ମାତିଛୁ ସତେ !
ମିଛର ଦେହରେ ସତ୍ୟର ଖୋଳପା
ଲଗେଇ ଯିବୁନି ଜିଣି
ନିର୍ଲଜ ଆଉକି ଗଛରେ ଫଳନ୍ତି
ପାରିନୁ ଏତକ ଜାଣି !