STORYMIRROR

DR PRASANTA KUMAR BISWAL

Others

3  

DR PRASANTA KUMAR BISWAL

Others

ବହୁରୂପୀ ମଣିଷ

ବହୁରୂପୀ ମଣିଷ

1 min
314


ମଣିଷ ଏଠି ଏଣ୍ଡୁଅ ପରି

ଓସ୍ତାଦ ରଙ୍ଗ ବଦଳାଇବାରେ ,

ପ୍ରତି କ୍ଷଣ ପ୍ରତିମୁହୂର୍ତ୍ତରେ

ପ୍ରତି ଅନୁକୂଳ ପରିସ୍ଥିତିରେ।


ମଣିଷ ଏଠି ଏଣ୍ଡୁଅ ପରି

ଓସ୍ତାଦ ମୁଣ୍ଡ ଟୁଙ୍ଗାରିବାରେ,

ସମ୍ମାନ ହାନି ହେବା ଆଶଙ୍କାରେ,

ନିର୍ଦ୍ଵନ୍ଦ୍ୱରେ ,

ବିବେକକୁ ବି ହତ୍ୟା କରିପାରେ ।


ମଣିଷ ଏଠି ଫେବିକ୍ୱିକ୍ ଅଠା ପରି

ଓସ୍ତାଦ ସମ୍ପର୍କ ବାନ୍ଧିବାରେ,

ମୁହଁରେ ନିର୍ମାଲ୍ୟ ଦେଇ

ମିଠା ମିଠା କଥାରେ

ସୂର୍ଯ୍ୟବନ୍ଧୁ ବାନ୍ଧିପାରେ

ପଦପଦବୀ ଥିବା ବ୍ୟକ୍ତି ନିକଟରେ।


ସ୍ୱାର୍ଥ ହାନୀ ହେବା ଭୟରେ

ମାନବିକତାକୁ ହତ୍ୟା କରେ

ପ୍ରତି ମୁହୂର୍ତ୍ତରେ ।


ମଣିଷ ଏଠି ଖୋଳପା ଛାଡିବାରେ

ଓସ୍ତାଦ ସେ, ସମ୍ପର୍କକୁ ଛାଡିବାରେ,

ଅତୀତକୁ ଭୁଲିଯାଏ 

ପାହାନ୍ତିଆ ସପନ ପରି,

ଅର୍ଥଶୂନ୍ୟ ଅବା ପଦପଦବୀ ଗଲା ପରେ।


ମଣିଷ ଏଠି ଦାନବ ବନିବାରେ

ଓସ୍ତାଦ ପ୍ରତିକ୍ଷଣରେ,

କାମିନୀ କାଞ୍ଚନ ଲୋଭରେ

ଜନ୍ମଦାତାକୁ ବି ହତ୍ୟାକରେ

ସ୍ପଷ୍ଟ ଦିବାଲୋକରେ।


ମଣିଷ ଏଠି କଳାକାର ପରି

ଓସ୍ତାଦ ଅଭିନୟ କରିବାରେ,

କଳେବଳେ କୌଶଳେ 

ଜିତିପାରେ ସେ କଥା ବିକ୍ରି କରି,

 ରୁଗ୍ଣ ଇତିହାସ ରଚିପାରେ

ମିଛକହି ଗୀତା ଛୁଇଁପାରେ,

ସତ୍ୟକୁ ବି ଲାଞ୍ଛନାଦିଏ ଅସତ୍ୟ ହାଟରେ,

ଚିକ୍ଣଣ କଥାରେ ପାଣିରେ ସରଭରି।


ମଣିଷ ଏଠି ଧର୍ମର ଦ୍ୱାହି ଦେବାରେ

ଓସ୍ତାଦ, ଫୁଟାଇପାରେ

ପାହାଡରେ ପଦ୍ମ

ମଧୁର ମିଥ୍ୟାର ପ୍ରତିଶ୍ରୁତି ବୁଣି,

ଦିବ୍ଯ ପ୍ରସାଦ ଚଖାଇ

ରଚିପାରନ୍ତି ତାଜମହଲର

ପ୍ରଗାଢ ବିଶ୍ୱାସ ,

କାହିଁକିନା ,ସେ ଈଶ୍ୱରଙ୍କ ଶ୍ରେଷ୍ଠ ପ୍ରାଣୀ,

ଯନ୍ତ୍ର ଯୁଗର ଭ୍ରଷ୍ଟ ଶ୍ରେଣୀ 

 ବହୁରୂପୀ ମଣିଷ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍