STORYMIRROR

Kalyani Nanda

Others

3  

Kalyani Nanda

Others

ଭୁଲଟିଏ କଲି (ପାଖୁଡା - ୩)

ଭୁଲଟିଏ କଲି (ପାଖୁଡା - ୩)

1 min
14K


ଚନ୍ଦ୍ରମାକୁ


ଆଗୋ ଚନ୍ଦ୍ରମା ଶୁଣି ଯାଅନା

ତୁମେ ଥିଲ ଆକାଶରେ

ବାତାୟନ ପାଶେ ମନ ଅବଶୋଷେ

ହସୁ ଥିଲ ଧୀରେ ଧୀରେ

ତୁମ ସେଇ ହସ

ଭରା ଯେ ରହସ୍ୟ

ବୁଝି ନ ପାରିଲି ଖାଲି.....

କେଡେ ଭୁଲଟିଏ କଲି......।1।

ତୁମେ ଆକାଶରେ ଚଲା ବଉଦରେ

ଲୁଚକାଳି ଖେଳୁଥିଲ

ଜୋଛନା ପରଶେ ପ୍ରଣୟିନୀ ପାଶେ

ଗୁମ ସୁମ ହୋଇ ରହିଗଲ

କହିଗଲି ଯେତେ

ଭିଜି ଗଲ ସେତେ

ରହିଲ ନିରବ ଖାଲି....

କେଡ଼େ ଭୁଲଟିଏ କଲି......।2।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍