ବହୁଳ ଜଳ
ବହୁଳ ଜଳ
ଜଳ ହିଁ ଜୀବନ ଜଳ ଆମ ପ୍ରାଣ
ଜଳ ବିନା ସୃଷ୍ଟି ନାଶ ।
ଉଦ୍ଭିଦ ଓ ପ୍ରାଣୀ ଦିବସ ରଜନୀ
ପାଣି ପବନର ଦାସ ।
ଆବଶ୍ୟକତାରୁ ଅଧିକ ଜଳରୁ
ବିପଦ ଆସଇ କିନ୍ତୁ ।
ସର୍ବନାଶ ହୁଏ ବହୁଳ ଜଳରେ
ନଷ୍ଟ ହୁଏ ବୃକ୍ଷ ଜନ୍ତୁ ।
ଘର ଭାଙ୍ଗିଯାଏ ଚାଷ ନଷ୍ଟ ହୁଏ
ଚାରିଆଡ଼େ ହାହାକାର ।
ବନ୍ୟା ବ୍ୟୁତ୍ପତ୍ତିରେ ବହୁଳ ଜଳରେ
ପୃଥ୍ବୀ ହୁଏ1ଭୟଙ୍କର ।
ଆବଶ୍ୟକ ଯାହା ମିଳୁଥିଲେ ତାହା
ଈଶ୍ୱରଙ୍କ ଦାନ ସବୁ ।
ଅଭାବ ହେଲେଟି ଅବା ହେଲେ ଅତି
ଜଗତ ହରାଏ କାବୁ ।
ସଂସାର ଭିତରେ ବଞ୍ଚିବାକୁ ହେଲେ
ସହିବା ଜଳ ପ୍ରଳୟ ।
ଏ ଜୀବ ଜଗତ ଅଭାବ ବହୁତ
ପାଉଥିବଟି ଉଭୟ ।
ବହୁଳ ଜଳକୁ କାବୁ କରିବାକୁ
କରୁଛି ପ୍ରାର୍ଥନା ମୁହିଁ ।
ହେ କଳା ଠାକୁର ସର୍ବ ଚରାଚର
ବଞ୍ଚିଛନ୍ତି ତୁମ ପାଇଁ ।
-
