ଭସା ବାଦଲ
ଭସା ବାଦଲ
1 min
205
ବାଦଲ ତୁ ଭାସି ଯାଉ
ଘନନୀଳ ଆକାଶେ।
ବରଷି ଯାଉ ଧରାରେ
ହିମ ବାତ ପରଶେ।
ଚଉଦିଗେ ଭାସି ବୁଲୁ
ନାହିଁ ପର ଆପଣା।
ସତେ ଯେହ୍ନେ ଘର ତୋର
ସଭିଙ୍କର ଅଗଣା।
ପର ଉପକାର ପାଇଁ
ଜନମ ତୋ ମହୀରେ।
ଝରିଯାଉ ପ୍ରାଣୀ ହିତେ
ସୃଷ୍ଟି ରକ୍ଷା ପାଇଁରେ।
ଜଗତର ହିତେ ତୋତେ
ସର୍ଜିଲେ ଆଦିମୂଳ।
ଲୋକହିତେ ଥାଉ ସଦା
ଜନମ ତୋ ସଫଳ।
କିନ୍ତୁ ହାୟ! ଏ ସୃଷ୍ଟିର
ଶ୍ରେଷ୍ଠ ପ୍ରାଣୀ ମଣିଷ।
ନିଜ ସ୍ଵାର୍ଥେ ରତ ସଦା
ମନେ ହିଂସା ବିଦ୍ୱେଷ।
ରେ ବାଦଲ! କହ କେବେ
ସେ ସୁଦିନ ଆସିବ?
'ତୋର ମୋର' ଛାଡ଼ି ପ୍ରାଣୀ
ଲୋକହିତେ ବଞ୍ଚିବ?
ସେଦିନ ତୋ ପରି ତା'ର
ଜନ୍ମ ହେବ ସଫଳ।
ଲଭିବ ମାନବ ନିଶ୍ଚେ
ବିଭୁ ପାଦକମଳ।