ଭରତଙ୍କକ୍ଷୋଭ
ଭରତଙ୍କକ୍ଷୋଭ
ରାଜସିଂହାସନେ ତୁମ କଠଉ ରଖି
ପୂଜା କରୁଥିବି ନିତି
ଚାହିଁବସିଥିବି ତୁମ ଫେରିବାବାଟକୁ
ଅପଲକ ନୟନେ
ଲୋଡାନାହିଁ ରତ୍ନମୁକୁଟ ମୋର
ଐଶର୍ଯ୍ୟ ବିଭବ ବିଶାଳ ସାମ୍ରାର୍ଯ୍ୟ
ଭଲ ପାଇଛି କେବଳ ତୁମ ହୃଦୟକୁ ।
ଉଦାର ଶାନ୍ତ ସ୍ନିଗ୍ଧ ନିର୍ମଳ ମନ
ଚାହିଁଦେଲେ ସଦା ହସହସ ମୁହଁ
ଭୁଲିପାରୁନି ମୁଁ ସେ ସୌମ୍ୟକାନ୍ତ ରୂପକୁ
ଜ୍ୟେଷ୍ଠ ଭ୍ରାତ ପିତୃ ତୁଲ୍ୟ
ମୁଁ ଯେ ତାଙ୍କ ଅନୁଜ
ଅମାନ୍ୟ କରିବିନି କେବେ ଆଦେଶକୁ ।
ଭାଇ ବୋଲି ଡାକିଦେଲେ ଥରେ
କେଉଁଠୁ ଅମୃତର ଝରଟିଏ ଫିଟିପଡେ କେଜାଣି
ନ ମାନି ଝଡଝଞ୍ଜା କଠୋର ବାଧାବିଘ୍ନକୁ ।
କିଏ କହିଲା ଭାଇ ଭାଇର ଶତ୍ରୁ
ପରବୁଦ୍ଧି ରଚୁଥାଏ ପ୍ରଳୟ ମନେ
କୁମନ୍ତ୍ରଣା ଠେଲିଦିଏ ଲୋଭ ଇର୍ଷାର ମାର୍ଗକୁ ।
ଅଧିକାର ନେବିନି ମୁଁ ଛଡାଇ
ମା ଙ୍କର ଇଚ୍ଛାକୁ ଦେଇ ଜଳାଞ୍ଜଳୀ
ଶାସନ କରିବି ରାଜସିଂହାସନେ
ଥୋଇ ତୁମ ପାଦୁକାକୁ ।
ଭାଙ୍ଗିବିନି କେବେ ତୁମ ବିଶ୍ଵାସକୁ
ଭାଇର ସ୍ନେହ ଭାଇ ହିଁ କେବଳ ଜାଣେ
ସଂପର୍କ ଥାଉ ଏମିତି
ସଦା ଆମର ଯୁଗ ଯୁଗକୁ ।
,,,,,ବଟରପଡା ରାଜକନିକା କେନ୍ଦ୍ରାପଡା ୭୩୭୭୧୯୭୯୯୯
