STORYMIRROR

Sangita Mishra Satapathy

Others

3  

Sangita Mishra Satapathy

Others

ଭର୍ଚୁଆଲ ବିବାହ

ଭର୍ଚୁଆଲ ବିବାହ

1 min
333

ଇଣ୍ଟରନେଟ୍ ଯୁଗ ଇଏ 

ଇଣ୍ଟରନେଟ ଯୁଗରେ

ସବୁ କିଛି ହୋଇପାରେ  

ଘରେ ବସି ଫୋନରେ।

କରୋନାର ଭୟେ କେହି 

ଘରୁ ନୋହେ ବାହାର

ସଙ୍ଗରୋଧ ଗୃହବନ୍ଦୀ 

ନମାନିଲେ ଜୀବନ ବିପଦେ

ପାଠ ପଢା ଠାରୁ ଅଫିସ୍‌ କାମ

ଅନ୍ ଲାଇନ୍ କ୍ଲାସ ପୁଣି

ଭର୍ଚୁଆଲ୍ ମିଟିଂ, 

 ୱାର୍କ ଇନ୍ ହୋମ କେତେ ନୂଆ କାମ ---

ନୂଆ କଥା ଘଟିଲା

ଆଉ ଏକ ନୂଆ କଥା  

ମନେ ପୁଣି ଜାଗିଲା

ସବୁ ଯଦି ଭର୍ଚୁଆଲି ହେଉଛି

"ଭର୍ଚୁଆଲ୍ ବିବାହ "ସମ୍ଭବ ନୁହେଁ କି!

ସମୟର ଆହ୍ୱାନ ଏ

ବେଶୀ ଅର୍ଥ ଲୋଡା ନାହିଁଟି 

ହେବ ନାହିଁ ଗହଳି

ଲୋଡା ନାହିଁ ବାଜାବାଣ ରୋଷଣୀ

ଦେଖାଇ ବି ହେବ ନାହିଁ ଆଭିଜାତ୍ୟ ବଡେଇ

ଭର୍ଚୁଆଲ୍ ବିବାହ ସମୟର ଆହ୍ୱାନ 

ଫୋନ୍‌ରେ ମନ୍ତ୍ର ପାଠ , ହେଉ ପଛେ ଚାଟିଂ

ସଂସ୍କୃତିର ମହାନତା କେବେ କେହି ଭୁଲନି

 ପବିତ୍ର ବିବାହ ବନ୍ଧନ 

 ମିଳନ ଆତ୍ମା ସହ ଆତ୍ମାର 

ଭର୍ଚୁଆଲି ହେବ କି! 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍