STORYMIRROR

pratap nayak

Others

3  

pratap nayak

Others

ଭୋକର କଳନା

ଭୋକର କଳନା

1 min
155


ଭୋକ 

ପୁଣି ସିଏ ପେଟର

କଣ ଏମିତି ଆସେ??

ଭୁଲାଏ ଚଉଦିଗ

ଭୁଲାଏ ବି ସିମା ସରହଦ

ଅନିଚ୍ଛାରେ ବିକିବାକୁ ହୁଏ ...

ତା' ପାଇଁ ଦେହର ଭୋକକୁ

ଯାଚିତ ଭାବରେ .

ଯାଚିତ ଭାବର ଭାବ

 ଚୁରମାର ହୋଇଗଲା ପରେ

ଆଉ କେଉଁ ଭୋକ ରହଲା ଯେ?

ପ୍ରେମ ଭୋକ ବି ମରିଯାଏ,

ସିଏ ବି ଆତ୍ମ ଗୋପନ କରେ 

ଦେହ ଦାହ ହେଲାପରେ....

ମାଡିମାଡି ପରେ 

ନିଷ୍କାମ ଭକ୍ତିର ଭୋକ ....

ନିଷ୍କାମ ବନ୍ଧନର ଭୋକ ....

ପ୍ରଭୁ ପାଦେ ନିଜକୁ ସମର୍ପି ଦେବାର 

ଦୁର୍ବାର ସାହସ ....

ପୁଣି ନିଜକୁ ନିଜ ଦୁନିଆଁରେ ହଜେଇ 

ଦେବାର ସାହସ

ଆଣିଦିଏ ଅଫୁରନ୍ତ ଆନନ୍ଦ 

ମନ ଭୋକ ପାଇଁ ....

ବେଳେ ବେଳେ ପ୍ରାଚୁଯ୍ୟର ଭୋକ ବି

ଏତେ ଚିଡଚିଡା କରାଏ ...

କ୍ଷମତା ଭୋକରୁ ନବାହାରିବାର ଦୁର୍ବାର ପ୍ରତିଜ୍ଞା ....

ବୁଡାଏ କେତେ ଘର ...

ଉଡାଏ କେତେ ଯେ ନିଶ୍ୱାସ

ତାର କଣ ଆକଳନ ଅଛି !

ଭୋକ ସିଏ,ହେଉ ପେଟର ...

ଦେହର ...ପ୍ରେମର ...ନିଷ୍କାମ ଭକ୍ତିର...

ପ୍ରାଚୁର୍ଯ୍ୟର.... ଅବା ଖ୍ୟମତା ନିଶାର ....

ଭୋକ ଯେ ଭୋକ ....

ତା ପାଇଁ ଯେତେ ସରସଜ୍ୟା

ଅବା ଯେତେ ସମରସଜ୍ୟା ....

କମ୍ ପଡେକି ??

କମ୍ ପଡେକି 

ଯେତେବେଳେ ଜଳୁଥାଏ ଜୁଇ 

ଅଗ୍ନୀର ଭୋକରେ....

ଅଗ୍ନୀର ଭୋକରେ....



Rate this content
Log in