ଭୋକ
ଭୋକ
- - - - - - - - - - - - - - - - - - - - -
କ୍ଷୁଦାଜ୍ଜ୍ଵଳା କଥା ନୁହେଁ ଭୋକସଂଜ୍ଞା
ବ୍ୟାପକ ଏ'ଭୋକ ଅର୍ଥ ,
ଦେହ ମନ ପେଟ ଆତ୍ମାରେ ସଂଶ୍ଳିଷ୍ଟ
ଭିନ୍ନଭିନ୍ନ ଭୋକ ଚିତ୍ର ! !
ଦେହ ଭୋକ ମତି କଳୁଷିତ ଛବି
ସମାଜ ବିରୋଧୀ ତତ୍ତ୍ଵ ,
ସ୍ଵୀକୃତି ବିହୀନ କାମନା ବାସନା
ଗ୍ରହଣୀୟ ନୁହେଁ ସତ୍ୟ ! !
ଉତ୍ତେଜନା ପୁର୍ଣ୍ଣ ଯୌବନ ବିଭବ
ଦେହ ଭୋକେ ହୁଏଲିପ୍ତ ,
ଏଥିରୁ ନିବୃତ୍ତ ରହିବା ବିଧେୟ
କୁପ୍ରକୃତି ହେଵସୁପ୍ତ ! !
ମନଯାହା ଚାହେଁ ପାଏନାହିଁ କେବେ
ରହିଯାଏ ଅବଶୋଷ ,
ମନଭୋକ ଭାବେ ତାହା ଗଣାହୁଏ
ଅଧୁରା ସ୍ଵପ୍ନ ବିଶେଷ ! !
ପେଟଭୋକ ଅର୍ଥ ସଭିଏଁ ଅବଜ୍ଞ
କ୍ଷୁଦା ନିବାରଣ ଲକ୍ଷ୍ୟ ,
ଖାଦ୍ୟ ଭକ୍ଷଣରେ ଆତ୍ମତୃପ୍ତି ମିଳେ
ଉଦର ହୁଅଇ ଶାନ୍ତ ! !
ସଜଳ ସୁଢ଼ଳ ଦେହ ଆତ୍ମା ମନ
କ୍ଷୁଦା ନିବାରଣେ ଜାଣ ,
ସର୍ବ ସୁଖ ଭୋଗ ଜୀବନର ଲକ୍ଷ୍ୟ
ଭୋକର କୁହୁକ ବାଣ ! !
ଆତ୍ମା ଭୋକ ଚିତ୍ର ଶେଷ ଜୀବନର
କରୁଣ ଏ ' ପରିସ୍ଥିତି ,
ଆଶା ନମେଣ୍ଟିଲେ ଆତ୍ମା ଘୂରିବୁଲେ
ଅତୃପ୍ତ ପ୍ରେତ କହନ୍ତି ! !
