STORYMIRROR

Satyabati Swain

Others

3  

Satyabati Swain

Others

ଭୋକ ଓ ଶୋଷ

ଭୋକ ଓ ଶୋଷ

1 min
153


ଛଟପଟ ମାଛ

ପାଣି ବାହାରେ

ଅଭିମାନୀ ମଣିଷଟି

ଲୋଡ଼େ

ଟିପେ

ଭିଜିବାକୁ ସେହ୍ନ ପ୍ରେମ ଅଦିନିଆ

କାଳ ବୈଶାଖୀ ବର୍ଷାରେ

ବରଫ ପଡ଼ନ୍ତାକି!

କିଛି ଗୋଟାଇ ମାଖନ୍ତା

ତତଲା ହୃଦୟରେ।


ଇଚ୍ଛା କୁମ୍ଭକର୍ଣ୍ଣ

କଡ଼ ଲେଉଟାଇ

ଖୋଜୁଛି ଖାଦ୍ୟ

ମେଣ୍ଟିବାକୁ

ଅୟୁତ ଯୁଗର ଭୋକ ଶୋଷ

କ୍ରୁର ଚଣ୍ଡାଳ ସେ

ଦାନବ ସାଜିଛି

ଅତୁପ୍ତ ଭୋକ ଭୂଗୋଳ

ଶୋଷ ଲାଳସା ଲହ ଲହ ଜିହ୍ଵାରୁ

ଟପ୍ ଟପ୍ ଲାଲ ଗଡେ।


ଭୋକ

ବଢି ଚାଲେ

ଶୋଷର କି ଶେଷ ଅଛି!

ଛାଇ ଟିକେ ଖୋଜେ

ଅସହ୍ୟ ଗୁଳୁ ଗୁଳିରେ

ଅଥୟ

ଅଧୀର

ଜଡ ସଡ଼ ଗୋଟା ସୁଦ୍ଧା

ଅସହାୟ ପଣରେ

ନିବୁଜ କୋଠରୀରୁ

ଏଇ ଶୁଣ

ଶୁଭେ ଶେଷହୀନ

ହାହାକାର କାରେ

ବିଦାରି ପକାଇବ ବୋଧେ

ସମାଧି ଭିତର ଶବ

ଅନ୍ତ ବୁଜୁଲା

ନୃସିଂହ ରୂପରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍