STORYMIRROR

Ansuman Swain

Others

4  

Ansuman Swain

Others

ଭୋକ କି ବୁଝିବ ପରିସ୍ଥିତିର ଦାଉ

ଭୋକ କି ବୁଝିବ ପରିସ୍ଥିତିର ଦାଉ

1 min
362

ଭୋକର ଯନ୍ତ୍ରଣା ଅସହ୍ୟ ବେଦନା

ପେଟର କରାଳ ରୂପ

ସେଏ କି ବୁଝିବ ଧନିକି ଗରିବ

ତିଳେ ନାହିଁ ପରି ତାପ ।।


ରାଜ ରାସ୍ତା କଡେ ଦୁଖୀର ଅବସ୍ଥା

ଦୁଃଖର ଅକୁହା ବାଣୀ

ସୁଖର ଦୁଆର ଦେଖି ନାହିଁ କେବେ

ନିଷ୍ଠୁର ଦୁନିଆ ଶୁଣି ।।


ଦେଖି ନାହିଁ କେବେ ସୁନେଲି ସକାଳ

ଘାଣ୍ଟି ହୁଏ କର୍ମେ ପଡି

ପେଟ ପାଇଁ ସେ ତ ବୁଲେ ବାର ଦ୍ୱାର

ଅକାଳରେ ଯାଏ ଝଡି ।।


ଖରା ଦିଏ ତାକୁ ଚନ୍ଦନ ପରଶ

ଭାଗ୍ୟକୁ ଆଦରି ନିଏ

ଘଡ଼ ଘଡି ନାଦ ବର୍ଷା କି ପବନ

ସବୁତ ହୃଦୟ ସହେ ।।


ପେଟ ପାଇଁ ପରା ସବୁ ଏଠି ନାଟ

ପେଟ ପାଇଁ ମରେ ପ୍ରାଣୀ

ରିକ୍ସା ଟାଣୁ ଟାଣୁ ଯାଏ ସେ ଜୀବନ

ଚିର ଦିନ କରି ଋଣୀ ।।


ଭୋକ କି ବୁଝିବ ପରିସ୍ଥିତି ତାର

ପିଉ ଥାଏ ଆଖି ଲୁହ

ଆହା ରେ ବିଧାତା ଏତେ ତୁ ନିର୍ଦ୍ଦୟ

ଶୁଣୁ ନାଁହୁ କି ତା କୋହ ।।


ହଟୁ ଏ ସମାଜେ ଗରିବର ଦୁଃଖ

ନରହୁ ଭୋକର ଦାବି

ପ୍ରଶାସନ ଆଖି ଖୋଲି ଯାଉ ଥରେ

ଖୋଲୁ ବିକାଶର ଚାବି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍